ଆଜି ଅପରାହ୍ନ ଚାରି ଘଟିକାରେ ଓଡିଶା ଫାର୍ମାସିଷ୍ଟ ସେବା ସଙ୍ଘର ଏକ ରାଜ୍ୟସ୍ତରୀୟ ବୈଠକ ସ୍ଥାନୀୟ ବଜରଙ୍ଗ କ୍ଲବ, ଢେଙ୍କାନାଳ ଠାରେ ଆୟୋଜିତ ହୋଇଯାଇଛି l
ଏହି ଅବସରରେ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ଜେନା, ରାଜ୍ୟ କୋଷାଧକ୍ଷ ଅନିଲ କୁମାର ସାହୁ, ରାଜ୍ୟ ଉପସଭାପତି ସୁଧାଂଶୁ ପଣ୍ଡା, ରାଜ୍ୟ ସଙ୍ଘ ଉପଦେଷ୍ଟା ଦୀପ୍ତି ରଞ୍ଜନ ସ୍ୱାଇଁ ,ଏସ ସି ବି ଶାଖାର କର୍ମକର୍ତ୍ତା ଅନ୍ତୁ ମୁର୍ମୁ, ସାରଦା ବେହେରା, ଲକ୍ଷ୍ମୀଧର ସାହୁ,ଜିଲ୍ଲା ସଭାପତି ବିଜୟ ମିଶ୍ର, ଉପସଭାପତି ନରେଶ ଚନ୍ଦ୍ର ପାଣି ଙ୍କ ସମେତ ଜିଲ୍ଲା ର ଅନେକ ଫାର୍ମାସିଷ୍ଟ ଉପସ୍ଥିତ ଥିଲେ l
ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ଜେନା ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରିବା ସହ ସଙ୍ଘ ର ସାମ୍ପ୍ରତିକ ଆନ୍ଦୋଳନ ଏବଂ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରିଥିଲେ l ଜିଲ୍ଲା ସଙ୍ଘ ତରଫରୁ ଦୀପ୍ତି ରଞ୍ଜନ ମଲ୍ଲିକ , ପ୍ରଜ୍ଞାଞ୍ଜଳି ଦେବି, ଅଂଶୁମାନ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ବୃନ୍ଦାବନ ସେଠି, ମୁନିରାମ ମୁର୍ମୁ, ସୁଶାନ୍ତ ମହାଳିକ, ହେମନ୍ତ ନାଏକ, ସ୍ମିତାସୁଚରିତା ପlତ୍ର,ଉମାରାଣୀ ପ୍ରଧାନ, ପ୍ରିତୀମୟୀ ସାହୁ,ସତ୍ୟ ନାରାୟଣ ହାଁସଦା, ରଶ୍ମିରଂଜନ ସେଠି, ବାବୁଲ ମାଝୀ ଆୟୋଜିତ ବୈଠକ ରେ ଯୋଗ ଦେଇଥିଲେ l ଅନିଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଟିକୁ ସାଙ୍ଗ କରିଥିଲେ l
ଓଡିଶା ଫାର୍ମାସିଷ୍ଟ ସେବା ସଙ୍ଘ ର ଆହ୍ୱାନ କ୍ରମେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନେସେମାନଙ୍କ ପ୍ରତି ହେଉଥିବା ବିଭାଗୀୟ ଅବହେଳା ପ୍ରତିବାଦ ରେ ୮ ଦଫା ଦାବି ନେଇ ଚଳିତ ମାସ ୧ ତାରିଖ ଠାରୁ ପ୍ରତିବାଦ କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି l
ପ୍ରଥମ ପର୍ଯ୍ୟାୟ ପ୍ରତିବାଦ ରେ ଫାର୍ମାସିଷ୍ଟ ମାନେ କେବଳ ଏଲୋପାଥି ଡାକ୍ତର ଙ୍କ ଚିଠାରେ ଔଷଧ ବିତରଣ , ଔଷଧ ଇଣ୍ଡେଣ୍ଟ, ଷ୍ଟକ ଷ୍ଟୋର ସହ ଜରୁରୀ କାଳୀନ ରୋଗୀ ଚିକିତ୍ସା କରିବେ l ଏତଦ ବ୍ୟତୀତ କୌଣସି ଅତିରିକ୍ତ ଦାୟିତ୍ୱ ତୁଲାଇବେ ନାହିଁ ବୋଲି ସଙ୍ଘ ତରଫରୁ ସଭାପତି ଚିନ୍ମୟ ସିହ୍ନା ଏବଂ ସମ୍ପାଦକ ଶ୍ରୀକାନ୍ତ ଜେନା ସ୍ପଷ୍ଟ କରିଛନ୍ତି l
ଫାର୍ମାସିଷ୍ଟ ମାନେ ବିଭିନ୍ନ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଦେଉଥିବା ପ୍ରାୟ ୧୬ ପ୍ରକାର ରିପୋର୍ଟ କୁ ସେପ୍ଟେମ୍ବର ୧ ରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଛନ୍ତି ।
ଆନ୍ଦୋଳନ ର ଦ୍ଵିତୀୟ ପର୍ଯ୍ୟାୟ ରେ ଅକ୍ଟୋବର ମାସ ଆରମ୍ଭ ରୁ ଜିଲ୍ଲା ତଥା ରାଜ୍ୟ ର କର୍ମକର୍ତ୍ତା ମାନେ ସ୍ୱାସ୍ଥ୍ୟ ନିର୍ଦେଶକ,ଭୁବନେଶ୍ୱର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେବେ l ଏହି ପର୍ଯ୍ୟାୟ ରେ ଫାର୍ମାସିଷ୍ଟ ଜଡିତ ରହୁଥିବା କାୟାକଳ୍ପ , ଇଂକ୍ଵାସ , ଯେସ ଆଦି ଯୋଜନା ରୁ ଫାର୍ମାସିଷ୍ଟ ମାନେ ଓହରିଯିବେ ବୋଲି ନିଷ୍ପତ୍ତି ନିଆଯାଇଛି l
ତଥାପି ଯଦି ବିଭାଗ ତରଫରୁ କୌଣସି ସଦିଚ୍ଛା ପ୍ରକାଶ କରାନଯାଏ ତେବେ ପ୍ରତିବାଦ ର ତୃତୀୟ ପର୍ଯ୍ୟାୟ ରେ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କୁ ଓହ୍ଲାଇବେ ବୋଲି ପୂର୍ବତନ ରାଜ୍ୟ ସମ୍ପାଦକ ତଥା ରାଜ୍ୟ ସଙ୍ଘ ର ଉପଦେଷ୍ଟା ଦୀପ୍ତି ରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି l
ସୂଚନା ଯୋଗ୍ୟ ଯେ ଜିଲ୍ଲାରେ ପ୍ରାୟ ୩୦ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,୨ଟି ଉପଖଣ୍ଡ ଚିକିତ୍ସାଳୟ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପ୍ରାୟ ୭୫ଜଣ ଫାର୍ମାସିଷ୍ଟ କାର୍ଯ୍ୟ କରୁଛନ୍ତି l
ସେମାନଙ୍କ ମୁଖ୍ୟ କାର୍ଯ୍ୟ ଔଷଧ ବିତରଣ ହୋଇଥିଲା ବେଳେ ଅଧିକାଂଶ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ସମସ୍ୟା ଓ ସୀମିତ କର୍ମଚାରୀ ଯୋଗୁଁ ଅତିରିକ୍ତ ଭାବେ ରୋଗୀ ଚିକିତ୍ସା, ଆଶୁ ଚିକିତ୍ସା, ବିଭିନ୍ନ , ବିଭିନ୍ନ ରିପୋର୍ଟ ପ୍ରଦାନ ଏବଂ ଅନ୍ୟାନ୍ୟ ଅତିରିକ୍ତ ଦାୟିତ୍ୱ ତଥା ଆନୁସାଙ୍ଗିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି l