News
WhatsApp Image 2023-10-04 at 17.25.00
samparksetu

ଆମ ଗାଁ ମାଟିର ପୁଅ

√ଡ ରତ୍ନାକର ଚଇନିଙ୍କ ସ୍ମୃତିରେ
                  
ଜନ୍ମିଥିଲ ତୁମ୍ଭେ ଗାଁ ର ମାଟିରେ
         କଟକର ସାଲେପୁରେ
  ପାଠପଢୁଥିଲ ପିଲା ସାଙ୍ଗମେଳେ
         ନେମାଳ ବିଦ୍ୟାଳୟରେ। (୧)
ଗାଁଆ ମାଟି ପରେ ଖେଳି କୁଦି ତୁମେ
            ପାଠରେ ଲଗାଇ ମନ
କିଏ ଜାଣିଥିଲା ଏତେ ବଡ଼ ହୋଇ
           ରଖିବ   ଓଡ଼ିଶା ନାମ।(୨)

ଗାଁ’ ର ପୋଖରୀ ନଦୀ ନାଳ ଛାଡ଼ି
           ଆସିଲ ନଗର ପଢ଼ି
ଉଚ୍ଚଶିକ୍ଷା ପାଇଁ ମନ ବଳାଇଲ
          ଆନନ୍ଦେ ସାଇକେଲ ଚଢି।(୩)
ରେଭେନ୍ସା କଲେଜ କଟକରେ ତୁମେ
           ଭାଷାରେ ସ୍ନାତକୋତ୍ତର
ଉତ୍କଳ ବିଶ୍ୱବିଦ୍ୟାଳୟେ  ତୁମେ
          ପି.ଏଚ୍.ଡିରେ କର୍ଣ୍ଣଧାର।(୪)

ଗାଁ ପରିବେଶ ସାଙ୍ଗ ସାଥି ଛାଡ଼ି
           କଲମ ଧରିଲ ହସ୍ତେ
କିଏ ଜାଣିଥିଲା ବଣ ମଲ୍ଲି ସମ
         ବାସିବ ଓଡ଼ିଶା ସତେ ।(୫)
ଲେଖିଛ ଏଠି ଯେ କବି ହୋଇ ତୁମ୍ଭେ
              ବାସ୍ତବରେ ନାଟ୍ୟକାର
ରଚିଅଛ ଏଠି ଆଶା ବୃନ୍ଦାବନ
              ସନ୍ଥକବି କୃଷ୍ଣ ଙ୍କର । (୬)

ଉତ୍କଳ ସାହିତ୍ୟ ବଞ୍ଚିବା ପାଇଁ ଯେ
           ହୋଇଥିଲ ସଭାପତି
ଓଡ଼ିଶା ଭୂଇଁରେ ସମ୍ମାନରେ ତୁମ୍ଭେ
           ଉତ୍କଳ ସାହିତ୍ୟ ପତି।(୭)
ଛାଡ଼ି ଚାଲି ଗଲ ଏତେ ଶିଘ୍ର ତୁମ୍ଭେ
          କାହାକୁ ନଥିଲା ଜଣା
ଓଡ଼ିଆ ଜାତିର କବିବର ହୋଇ
           ପ୍ରେମୀ ପାଠ ବାଟବଣା।(୮)
କାନ୍ଦୁଛନ୍ତି ଏଠି ଆତ୍ମୀୟ ସ୍ୱଜନ
         କାନ୍ଦନ୍ତି ଓଡ଼ିଶା ବାସୀ
ଯଶସ୍ବୀ କବିଙ୍କୁ ହରାଇ ପାଠକେ
         ମଉନେ କାନ୍ଦନ୍ତି ବସି ।(୯)

ମରି ନାହଁ ତୁମେ ରହିଛ ଅମର
         ଏଇ ଆମ ମାଟି ପରେ
ବଞ୍ଚିଛି ତୁମର ଲେଖନୀର ସ୍ୱର
        ଓଡ଼ିଶା କୀର୍ତ୍ତି ସ୍ତମ୍ଭରେ।(୧୦)
ଏତିକି ମାଗୁଣି ଶ୍ରୀଚରଣେ ତବ
        ଶ୍ରୀଜଗନ୍ନାଥଙ୍କ ଠାରେ
ସ୍ଵର୍ଗରେ ଥାଇକି ଦିଅହେ ଆଶିଷ
     ଏହି ମୋର ମଥା ପରେ। (୧୧)
   
✍️  ଛବି ରାମସେଠୀ

new life
You might also like
error: Content is protected !!