ଢେଙ୍କାନାଳ ଜିଲ୍ଲାରେ ଦୈନନ୍ଦିନ ସକାଳ ପାହିଲେ କେବଳ ଗୋଟିଏ ଖବର ହାତୀ ଆକ୍ରମଣରେ ମଣିଷ ମୃତ କିମ୍ବା କୁଖ୍ୟାତ ଶିକାରୀଙ୍କ ହାତୀ ଅବା ବନ୍ୟଜନ୍ତୁ ଶିକାର l
ଏସବୁ ଦୈନିକ ଖବରକାଗଜ ମାନଙ୍କରେ ମୁଖ୍ୟ ଖବର ହୋଇଯାଇଛି l ଗତକାଲି ସକାଳେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ କାନ୍ତମିଲା ଗ୍ରାମପଞ୍ଚାୟତ ରେ ଆଜି ସକାଳ ୭ଘଣ୍ଟା ସମୟରେ ୰ସୁଦାମ ସାହୁଙ୍କ ସ୍ତ୍ରୀ ସୁଦରା ସାହୁ(୬୫) ଘର ସମ୍ମୁଖରେ ଥିବା ନଳକୂପକୁ ପାଣିବାକୁ ଯିବା ସମୟରେ ସ୍ଥାନୀୟ ଜାଙ୍ଗଲରୁ ଏକ ବଣୁଆ ହାତୀ ଆସି ହଟାତ ଆକ୍ରମଣ କରି ସୁଦରଙ୍କୁ ଟେକି କଚାଡି ଦେଇ ପଳାଇଯାଇଥିଲା ଫଳରେ ସୁଦର ଗୁରୁତର ଆହତ ହୋଇପଡିଥିଲେ।
ଘଟଣା ସ୍ଥଳରୁ ଗ୍ରାମବାସୀ ମାନେ ତାଙ୍କୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସିଅନଗୁଳ ନିଆଯିବା ବାଟରେ ମୃତ୍ୟୁ ହୋଇଥିଲା।ଘଟଣା ଘଟିବାର ବହୁ ସମୟ ପରେ ବନବିଭାଗ ଓ ପୋଲିସ କର୍ମଚାରୀ ପହଞ୍ଚିବା ସହ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ମାମଲା ରୁଜୁ କରିଥିଲେ।
ସୂତ୍ରରୁ ପ୍ରକାଶ ବର୍ତ୍ତମାନ ହିନ୍ଦୋଳ ଉପଖଣ୍ଡରେ ପ୍ରାୟ ୧୫୦ବଣୁଆ ହାତୀ ଅବାଧରେ ବିଚରଣ କରୁଛନ୍ତି ଫଳରେ ଦୈନନ୍ଦିନ ହାତୀ ଓ ମଣିଷ ମରିବା ଏକ ନିତିଦିନିଆ ଘଟଣା ରେ ପରିଣତ ହୋଇଯାଇଛି।