କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଗଣପର୍ବ ଦଶହରା ପାଇଁ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କ ସଭାପତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ସମସ୍ତ ୧୫ଟି ବଜାର ର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
ଗତ ୨ ବର୍ଷ ହେଲା ମହାମାରୀ କରୋନା କଟକଣା ପାଇଁ ପୂଜା ଠିକ୍ ରେ ହୋଇପାରି ନଥିଲା। କିନ୍ତୁ ଚଳିତ ବର୍ଷ କଟକଣା ହଟିଚି , ପୁର୍ବରୁ ଯେପରି ଆଡମ୍ବର ଭାବେ ପୂଜା ପାଳନ କରାଯାଉଥିଲା ଏବର୍ଷ ସେଇଭଳି ଭାବେ ପାଳନ କରାଯିବା ପାଇଁ ଉପଜିଲ୍ଲାପାଳ ସୁଚନା ଦେଇଛନ୍ତି।
ପୂଜା କୁ ସୂଚାରୁ ରୂପେ ସମ୍ପାଦନ କରିବାପାଇଁ ସମସ୍ତ ବିଭାଗ ର ସହଯୋଗ ଯୋଗାଇ ଦିଆ ଯିବ ବୋଲି ବୈଠକ ରେ ଆଲୋଚନା କରାଯାଇଥିଲା। ବୈଠକ ରେ ସର୍ମ୍ମାନୀୟ ଅତିଥି ଭାବେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ନଗରପାଳ ଧର୍ମାନନ୍ଦ ପରିଡା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ, ଓକିଲ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲିକ, ଏନ୍. ଏ. ସି. ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ଉପଖଣ୍ଡ ଲୋକସୂଚନା ଅଧିକାରୀ କୈଳାସ ଚନ୍ଦ୍ର ବେହେରା , ପୂର୍ତ୍ତ ବିଭାଗ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ, ବରିଷ୍ଠ ଆଇନଜିବୀ ରଞ୍ଜନ କୁମାର ରାଉତ, ଏସ. ଆଇ ପ୍ରତାପ କୁମାର ସାହୁ, ଇଲେକ୍ଟ୍ରି ବିଭାଗ ଯନ୍ତ୍ରୀ ନଳିନୀ ଶଙ୍କର ରଥ, ମଙ୍ଗତ ଲାଲ୍ କଟାରୁକା, ଆଦିତ୍ୟ କୁମାର ଆଚାର୍ଯ୍ୟ, ଦୁଷ୍ମନ୍ତ ନନ୍ଦ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।