ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ସ୍ଥିତ ମିଶ୍ରିଲାଲ ମାଇନ୍ସ କମ୍ପାନୀ ସମ୍ମୁଖରେ ୭ଦଫା ଦାବି ନେଇ କାମାକ୍ଷାନଗର ବିଜେପି ପକ୍ଷରୁ ଆଜି ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିଲେ ଶତାଧିକ ବିଜେପି କର୍ମୀ ।
ତେବେ କମ୍ପାନୀ ର ମନମୁଖୀ କାର୍ଯ୍ୟ ,ବିରୋଧରେ ନାରାବାଜି କରିବା ସହ ୭ଦଫା ଦାବି ପୂରଣ ପାଇଁ ସେମାନେ ଧାରଣାରେ ବସିଥିଲେ । ତେବେ ସେମାନଙ୍କ ଦାବି ଗୁଡିକ ହେଲା କମ୍ପାନୀ ରେ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି, ପରିବେଶ ପ୍ରଦୂଷଣ ରୋକ , କର୍ମଚାରୀଙ୍କ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ଲାଗୁ ,ସହ କମ୍ପାନୀ ମୁଖ୍ୟ ରାସ୍ତା ସମସ୍ୟା ଦୁର ଇତ୍ୟାଦି ନେଇ ୭ଦଫା ଦାବି ରେ ଧାରଣାରେ ବସିଥିଲେ ।
ତେବେ ଦୀର୍ଘ ସମୟ ଧାରଣାରେ ବସିବା ପରେ ସ୍ଥାନୀୟ ପୋଲିସ ଓ ଅତିରିକ୍ତ ତହସିଲ ଙ୍କ ଉପସ୍ଥିତି ରେ ଦାବିଗୁଡିକ କମ୍ପାନୀ ଏକ ସପ୍ତାହ ମଧ୍ୟରେ ପୂରଣ କରିବେ ବୋଲି ପ୍ରତିସୃତି ଦେବା ପର ଧାରଣା ହଟିଥିଲା ।
ତେବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା ଏହି ଧାରଣା ର ନେତୃତ୍ୱ ନେଇଥିବା ବେଳେ ସତାଧିକ ମହିଳା ପୁରୁଷ କର୍ମି ଉପସ୍ଥିତ ଥିଲେ । ଦାବିପୂରଣ ନ ହେଲେ ଆଗାମୀ ଦିନରେଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।