News
WhatsApp Image 2023-10-04 at 17.25.00
samparksetu

ବନ୍ଧୁକ ଦେଖାଇ ଲୁଟିନେଲେ ୮୦ ହଜାର ଟଙ୍କା !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ନିକଟରେ ଜଣେ ଔଷଧ ହୋଲସେଲ କର୍ମଚାରୀଙ୍କ ଠାରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।ଲୁଟ୍ ର ଶିକାର ହୋଇଛନ୍ତି ଢେଙ୍କାନାଳ ଦେବୀ ମେଡ଼ିକାଲ ଷ୍ଟୋରର କର୍ମଚାରୀ ଜ୍ଞାନରଞ୍ଜନ ସାହୁ ।

ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ପ୍ରଥମେ ବନ୍ଧୁକ ଦେଖାଇ ଜ୍ଞାନରଞ୍ଜନ ସାହୁଙ୍କ ଗାଡିକୁ ଅଟକାଇ ମାଡ଼ ମାରିଥିଲେ । ଏବଂ ତାଙ୍କ ବ୍ୟାଗରେ ବିଭିନ୍ନ ଔଷଧ ଦୋକାନରୁ କଲେକ୍ସନ ହୋଇଥିବା ୮୦ ହଜାର ଟଙ୍କାକୁ ଲୁଟି ନେଇ ଚମ୍ପଟ ମାରିଥିଲେ । ଏ ନେଇ ଜ୍ଞାନରଞ୍ଜନ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି କାମାକ୍ଷାନଗର ପୋଲିସ ଅଧିକ ତନାଘନା ଜାରି ରଖିଛି ।

new life
You might also like
error: Content is protected !!