ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଠାରୁ ଅଳ୍ପ ଦୂର ସରାଙ୍ଗ ନବୋଦୟ ବିଦ୍ୟାଳୟ ପାଚେରୀ ପାଖ ଆମ୍ବତୋଟା ଠାରୁ ଗୁରୁବାର ଦିନ ୧୫ ଟନ୍ ବେଆଇନ କୋଇଲା ଡିପୋ ଉପରେ ଖଣି ଓ ଇସ୍ପାତ କାର୍ଯ୍ୟାଳୟ ତାଳଚେର ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ବେଆଇନ କୋଇଲା ଜବତ କରିଥିବା ନେଇ ସୂଚନା ଦେଇଛନ୍ତି ଉପନିର୍ଦ୍ଦେଶକ ।
ତାଳଚେର ଅଞ୍ଚଳରୁ ସାଇକେଲ ଓ ସ୍କୁଟର ମାଧ୍ୟମରେ କୋଇଲା ଆସି ସରାଙ୍ଗ ଫାଣ୍ଡି ଅଞ୍ଚଳରେ ଗଛିତ ରଖି ପୋଡଶୀ ଜିଲ୍ଲା ମାନଙ୍କୁ ଚାଲାଣ ହେଉଛି । ଲାଗାତାର ଭାବରେ ଖଣି ଓ ଇସ୍ପାତ କାର୍ଯ୍ୟାଳୟ ପକ୍ଷରୁ ଚଢାଉ କରି ଦୁଇ ଦିନରେ ୩୭ ଟନ କୋଇଲା ଜବତ କରିଥିବା ସୂଚନା ରହିଛି । ସରାଙ୍ଗ ଫାଣ୍ଡି ଅଞ୍ଚଳରେ ବେଆଇନ କୋଇଲା ଡିପୋ ହେଉଥିଲେ ମଧ୍ୟ ଫାଣ୍ଡି ଅଧିକାରୀ ଚୁପ ରହିବାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବାରମ୍ବାର ଖଣି ବିଭାଗ ଚଢାଉ କରୁଥିଲେ ମଧ୍ୟ ବେଆଇନ କୋଇଲା ଡିପୋ କେମିତି ଚାଲୁଅଛି ବୋଲି ସାଧାରଣରେ ପ୍ରଶ୍ନବାଚୀ । ଏନେଇ ବାରମ୍ବାର ଫୋନ୍ ଯୋଗାଯୋଗ ଫାଣ୍ଡି ଅଧିକାରୀ ଙ୍କୁ କରିଥିଲେ ମଧ୍ୟ ଫୋନ୍ ଲାଗି ନଥିଲା । ଏହି ବେଆଇନ କୋଇଲା ଡିପୋ ଉପରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷା ଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଦାବି ହୋଇଛି ।