News
WhatsApp Image 2023-10-04 at 17.25.00
samparksetu

ନିମ୍ନମାନର ଚାଉଳ କୁ ନେଇ ଅସନ୍ତୋଷ , ଫେରାଇ ନେବାକୁ ଦାବି

କେହି ଭୋକିଲା ରହିବେ ନାହିଁ ବୋଲି ସରକାର ଟଙ୍କିକିଆ ଚାଉଳର ବ୍ୟବସ୍ଥା କରିଛନ୍ତି। ଏପରିକି ରାଜ୍ୟରେ କରୋନା ମହାମାରୀ କାରଣରୁ ମାଗଣାରେ ମଧ୍ୟ ଚାଉଳ ବଣ୍ଟନ କରାଯାଇଛି। ଫଳରେ ରାଜ୍ୟରେ ଖାଦ୍ୟଜନିତ ସମସ୍ୟା ବହୁତ କମ୍ ଦେଖିବାକୁ ମିଳୁଛି। ଯାହାକୁ ନେଇ ସରକାର ସାଧାରଣ ଲୋକମାନଙ୍କର ହୃଦୟରେ ସ୍ଥାନ ପାଇଛନ୍ତି । ସାଧାରଣ ଜନତା କିଭଳି ଉର୍ଣ୍ଣତ ମାନର ଚାଉଳ ପାଇବେ ସେଥିପାଇଁ ସରକାରୀ ସ୍ତରରେ ମାନ ପରିକ୍ଷା କରି ଭଲ ଚାଉଳ ଦେଉଛନ୍ତି।

କିନ୍ତୁ ଚଳିତ ମାସରେ ଯୋଗାଣ ବିଭାଗ ଦ୍ବାରା ମିଳୁଥିବା ଚାଉଳ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ମାଟିଆ ନାଲି ରଙ୍ଗର ଚାଉଳ ମିଳୁଥିବାରୁ, ଏହା ରୋଷେଇରେ ସମସ୍ୟା ସୃଷ୍ଟି କରିବା ସହ ଖାଦ୍ୟ ଉପଯୋଗୀ ନଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଏପରି ସମସ୍ୟା ଦେଖିବାକୁ ମିଳୁଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଗଡନୃସିହଁପ୍ରସାଦ ଦଳିତ ବସ୍ତିରେ। ଚାଉଳ ରୁ ହେଉଥିବା ଭତକୁ ନେଇ ପାରିବାରିକ କଳି ହେଉଛି । ତୁରନ୍ତ ଫେରାଇନେବାକୁ ଗ୍ରାମବାସୀ ମାନେ ବ୍ଲକରେ ଯୋଗାଣ ଅଧିକାରୀ ଦାବି କରିଛନ୍ତି ।

ଆମକୁ କହିଲେ ସବୁଆଡେ ଏ ଚାଉଳ ଆମେ ଯାଇ ଦେଖିଲୁ ଅନ୍ୟ କେଉଁଠାରେ ଏହି ଚାଉଳ ବଣ୍ଟନ ହେଉନି। ଖାଲି ଆମ ଦଳିତ ବସ୍ତିର ଲୋକ ମାନଂକୁ ବାଧ୍ୟ କରି ଦେଉଛନ୍ତି । ଏହାକୁ ଖାଇବା ଦ୍ବାରା ଦେହ ଖରାପ ହେଉଥିବାରୁ ତୁରନ୍ତ ଏହି ଚାଉଳକୁ ପରିବର୍ତ୍ତନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ନାଏବ ସରପଞ୍ଚ ସତ୍ୟବ୍ରତ୍ତ ମଳିକ।

ସରକାର ମିଲର ମାନଙ୍କ ଦ୍ବାରା ଧାନ କିଣିବା ସମୟରେ ଖରାପ ଧାନ ଦର୍ଶାଇ ସମସ୍ତଙ୍କ ଠାରୁ ୮/୧୦ କେଜି ଧାନ କଟଣି ଛଟଣି କରିଥିବାବେଳେ ଆମ୍ଭମାନଙ୍କୁ କାହିଁକି ଖରାପ ଚାଉଳ ଦେଉଛନ୍ତି ବୋଲି କୁହନ୍ତି କହରା ମଳିକ ।

ଏହି ମାଟିଆ ନାଲି ରଙ୍ଗର ଚାଉଳ ଦ୍ବାରା ପ୍ରସ୍ତୁତ ପଖାଳ ଭାତ ବାସ୍ନା ହେବାସହ ହାଣ୍ଡିଆ ପରି ଫେଣ ଭାସୁଛି। ଫଳରେ ଲୋକମାନଙ୍କର ଦେହ ଖରାପ ହେଉଛି ବୋଲି କୁହନ୍ତି ଅହଲ୍ୟା ମଲ୍ଲିକଙ୍କ ସମେତ ବହୁ ଗ୍ରାମବାସୀ ଯାହା ମିଳିଛି,ତାକୁ ବଣ୍ଟନ କରୁଛୁ। କେହି ଭଲ ପାଉଛନ୍ତି ଓ କେହି ଅଭିଯୋଗ କରୁଛନ୍ତି । ଲୋକ ମାନଙ୍କ ଠାରୁ ଅଭିଯୋଗ ପାଇ ବ୍ଲକ ଯୋଗାଣ ଅଧିକାରୀ ଫୋନ ରେ ତାଗିଦ କରିଛନ୍ତି । ଆଜିକାଲି ଭିତରେ ବଣ୍ଟନ ପାଇଁ ଭଲ ଚାଉଳ ଆସିଯିବ। ଯେଉଁ ମାନେ ନେଇ ନାହାନ୍ତି ତାଙ୍କୁ ଦେବୁ ବୋଲି କୁହନ୍ତି ଗୋପାଳଜିଉ ସ୍ବୟଂସହାୟକ ଗୋଷ୍ଠୀର ସଂପାଦିକା ଅନସୂୟା ପଣ୍ଡା ।

ତେବେ ଏ ସଂପର୍କରେ କାମାକ୍ଷାନଗର ଉପଖଣ୍ଡ ଯୋଗାଣ ଅଧିକାରୀ ସଂଜୟ ସାହୁ କୁହନ୍ତି ଏପରି ରଙ୍ଗର ଚାଉଳ ଦିଆଯାଉନାହିଁ। ତୁରନ୍ତ ଭୁବନ ଯୋଗାଣ ନିରିକ୍ଷକ ଉକ୍ତ ବସ୍ତିରେ ପହଞ୍ଚି ଏହାର ତଦନ୍ତ ପରେ ଭଲ ଚାଉଳ ଦିଆଯିବ ।

new life
You might also like
error: Content is protected !!