ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପୋଲିସ ପକ୍ଷରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଡକାୟତି ଘଟଣାରେ ଲିଖିତ ଅଭିଯୋଗ କ୍ରମେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ପ୍ରକାଶ ଥାଉକି , ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗପ୍ରସାଦ ଗ୍ରାମର ଦିଗମ୍ବର ସାହୁ ଙ୍କ ପତ୍ନୀ ରସ୍ମିତା ସାହୁ (୩୪) ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ କଂପାନୀରେ ଆସିଷ୍ଟାଣ୍ତ ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ସମୟରେ ଗତ ତା ୨୨/୭ ରିଖ ଦିନ ଅପରାହ୍ନ ପ୍ରାୟ ୩.୩୦ମି ସମୟରେ ସେ ହିନ୍ଦୋଳ ଥାନା ଅନ୍ତର୍ଗତ ବଲସର ଗ୍ରାମଦେଇ ନିଜ ଅଫିସ୍ କୁ ଫେରିବା ବାଟରେ ନିଛାଟିଆ ପାଇ ୩ଜଣ ତାଙ୍କଠାରୁ ତାଙ୍କ ନିକଟରୁ ୩୦୪୦୦ ଟଙ୍କା , ଗୋଟିଏ ମୋବାଇଲ ଓ ତାଙ୍କ ସ୍କୁଟି ଚାବି ନେଇ ପଳାଇ ଯାଇଥିବା ନେଇ ୨୩/୭ ରେ ହିନ୍ଦୋଳ ଥାନାରେ ଏକ ଲିଖିତ ଅଭିଯୋଗ କ୍ରମେ ହିନ୍ଦୋଳ ଏସଡିପିଓ ଅଞ୍ଜନା ଟୁଡୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରା ଘଟଣାର ଅନୁସନ୍ଧାନ କରି କଣ୍ଟାବଣିଆ ଥାନା ଅନ୍ତର୍ଗତ ବାଘମୁଣ୍ତା ଗ୍ରାମର ଦିପକ୍ ( ମାନସ ) ନାଏକ (୨୬)ଓ ବାଲିମି ଥାନା ଅନ୍ତର୍ଗତ ଡାହାଣିମରା ଗ୍ରାମର ରାଜୁ ନାଏକ (୨୩ )ଙ୍କୁ ପୋଲିସ ସଫଳତାର ସହ କାବୁ କରି ତାଙ୍କ ନିକଟରୁ ଡକାୟତିରେ ବ୍ୟବହୃତ ଏକ ଲାଲ-କଳା ରଙ୍ଗର ହିରୋ ଗ୍ଲାମର ମୋଟର ସାଇକେଲ ଓ ଉଭୟଙ୍କ ନିକଟରୁ ୧୪୦୦୦ ଟଙ୍କା ଜବତ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।