News
WhatsApp Image 2023-10-04 at 17.25.00
samparksetu

କଳାବ୍ୟାଚ ପିନ୍ଧି ଅଧ୍ୟାପକଙ୍କ ଅଧ୍ୟାପନା

ଗାଁଦିଆ ବ୍ଲକ୍ ଅନ୍ତର୍ଗତ ପିଙ୍ଗୁଆ ମହାବିଦ୍ୟାଳୟରେ ୨୦୦୮ ମସିହା ପରବର୍ତ୍ତୀ ସମୟରେ ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚ।ରୀ ଗଣ କଳାବ୍ୟାଚ ପରିଧାନ ପୂର୍ବକ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଓଡ଼ିଶା ରାଜ୍ୟ ବେସରକ।ରୀ ଅଧ୍ୟାପକ କର୍ମଚାରୀ ସଂଘର ସଭାପତି ବିଶ୍ଵରଜନ ଦାସଙ୍କ ଡାକରାରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି।

ସଂଘ ୨୦୦୮ ପରବର୍ତ୍ତୀ ଅଧ୍ୟାପକ ଏବଂ କର୍ମଚରୀଙ୍କୁ ଅନୁଦାନ ଦାବିରେ ଭୁବନେଶ୍ଵର ବିଧାନସଭା ସମୂଖ ଗାନ୍ଧୀ ମାର୍ଗରେ ଦୀର୍ଘ ୧୪୧ ଦିନ ଧରି ଆହୋରାତ୍ର ଧାରଣାରେ ବସିଥିଲେ ମଧ୍ୟ ସରକାର ଦାବି ପୂରଣ ଦିଗରେ କୌଣସି ତତ୍ପରତା ପ୍ରକାଶ କରୁନାହାନ୍ତି। ବାରମ୍ଵାର ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କ ସହିତ ଆଲୋଚନ। ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଦାବି ପୂରଣ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ଅଧ୍ୟାପନା ଜାରି ରଖିବା ପାଇଁ ସଂଘ ନିଷ୍ପତି ଗ୍ରହଣ କରିଛି।

ଇତି ମଧ୍ୟରେ ସରକାର ସଂଘର ଦାବି ମାନି ନନିଅନ୍ତି ତେବେ ସଂଘ ଆଗାମୀ ଦିନରେ କାର୍ଯ୍ୟବନ୍ଦ ସହିତ ମହା ସଂଗ୍ରାମର ଡାକରା ଦେବ ।ମହାବିଦ୍ୟାଳୟର ଉକ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ସଂଯୋଜକ ବୈକୁଣ୍ଠନାଥ ମିଶ୍ର ପରିଚାଳନା କରୁଥିବା ବେଳେ ଅଧ୍ୟାପିକା କୁମୁଦିନି ବେହେରା ସହଯୋଗ କରୁଛନ୍ତି।

new life
You might also like
error: Content is protected !!