ହଁ ହଁ ମୁଁ ଭଦ୍ର ପିଲା
ଅଭଦ୍ରାମିି ଜମା କରୁନି,
ସଭିଙ୍କ ଦୃଷ୍ଟିରେ ଯାହା ଶୋଭାଦିଶେ
ଯେତେ କଲେ ମଧ୍ୟ ସରୁନି ।
ହଁ ହଁ ମୁଁ ସ୍ଵେଚ୍ଛାସେବୀ
ସେବା କରିବା ମୋ କାମ,
ଦେଶ ଜାତି ପାଇଁ ସେବା କରୁଥିବି
ରଖି ଦେଇଯିବି ନାମ ।
ହଁ ହଁ ମୁଁ ଯୋଦ୍ଧା ଜଣେ
ଯୁଦ୍ଧ କରିବା ମୋ କାମ,
ଅନ୍ୟାୟ ଦୁର୍ନୀତି ଦୂର କରୁଥିବି
ଅର୍ଜନ କରି ସୁନାମ ।
ହଁ ହଁ ମୁଁ ଶିକ୍ଷିତା ଜଣେ
ଶିକ୍ଷାଦାନ ଦେଉଥିବି,
ଗୁଣବତ୍ତା ପୂର୍ଣ୍ଣ ଶିକ୍ଷା ଦାନକରି
ସର୍ବ ଶିକ୍ଷିତ କରିବି ।
ହଁ ହଁ ମୁଁ ପରୋପକାରୀ
ଉପକାର କରୁଥିବି,
ବିନା ସ୍ୱାର୍ଥରେ ବିନା ଦ୍ବିଧାରେ
ପ୍ରେମ ନିତି ବାଣ୍ଟୁଥିବି ।
ହଁ ହଁ ମୁଁ ସ୍ଵାଭିମାନୀ
ଗର୍ବ କିଛି ମୋର ନାହିଁ,
ଅହିଂସା ଅଟଇ ସ୍ୱାଭିମାନ ମୋର
ଶାନ୍ତି ପଛେ ଧାଏଁ ମୁହିଁ ।
ହଁ ହଁ ମୁଁ ଯୁବକ ଜଣେ
ଯୌବନର ଜ୍ଵାଳା ସହୁଛି ,
ସଭିଙ୍କୁ ସମ୍ମାନ ସମାନ ଦୃଷ୍ଟିରେ
ଦେବାକୁ ଶପଥ କରିଛି ।
ହଁ ହଁ ମୁଁ ପଥିକ ଜଣେ
ପିଣ୍ଡରେ ଅନେକ ଶୋଷ,
ଚାଲିବାର ଅଛି ପଥ ବହୁଦୂର
ମନରେ ଭରି ସାହାସ ।
ହଁ ହଁ ମୁଁ ଭାରତ ବାସୀ
ରଖିବି ତାହାର ଯଶ,
ଜୀବନେ ଆସୁ ଯେତେ ଝଡ଼ଝଞ୍ଜା
ହେବିନି କେବେ ନିରାଶ ।
ହଁ ହଁ ମୁଁ ଓଡ଼ିଶା ବାସୀ
ଓଡ଼ିଆ ମୋ ଜାତି ଜାଣ,
ଓଡ଼ିଆ ପାଇଁ ମୁଁ ଜୀବନ ଦେବି
ଶୁୁଝିବି ତାହାର ଋଣ ।
ହଁ ହଁ ମୁଁ କେଉଁଝରିଆ
ତାରିଣୀ ମା”ର ସନ୍ତାନ,
ଫଳ ଲୋଡ଼ା ନାହିଁ କର୍ମ କରୁଥିବି
ଏହି ମୋର ସ୍ୱାଭିମାନ ।
✍🏻 ସୁବ୍ରତ ସେଠୀ