News
WhatsApp Image 2023-10-04 at 17.25.00
samparksetu

ଡମଶାଳ ଅଣ୍ଡର ପାସ ବିକଳ୍ପ ବ୍ୟବସ୍ଥା ପାଇଁ ଦାବି

ଯାଜପୁର ଜିଲ୍ଲା ଚିଙ୍ଗୁଡ଼ିପାଲ ପଞ୍ଚାୟତ ରଗଦା ଠାରେ ଡମଶାଳ ନଦୀରେ ବନ୍ଧ ବନ୍ଧାଯାଇ ସୁକିନ୍ଦା ଓ ଭୁବନ ବ୍ଲକର ଚାଷୀ ମାନଙ୍କ ଜମିକୁ ଦିଆଯାଉଛି ଜଳ । ଚଳିତ ବର୍ଷ ବ୍ରାହ୍ମଣୀ ନଦୀର ସାମଳ ଠାରୁ ଆସିଥିବା ରେଙ୍ଗାଳୀ ବାମ କେନାଲ କୁ ସଂଯୋଗ କରୁଛି ଡମଶାଳ କେନାଲ ।

ଫଳରେ ସଂଯୋଗ ସ୍ଥଳରେ ଜଳ ସଂପଦ ବିଭାଗର ଅଧିକାରୀ ଙ୍କ ଖାମଖିଆଲି ମନୋଭାବ ଯୋଗୁ ଅଣ୍ଡରପାସ ରେ ବହୁ ପ୍ରାଣୀ ଙ୍କର ଜୀବନ ହାନି ଘଟୁଛି ।ଓଡ଼ିଶ କୃଷପୁର ଗ୍ରାମବାସୀ ଏନେଇ ବାରମ୍ବାର ରେଙ୍ଗାଳୀ ବାମ କେନାଲ ଭୁବନ ସେକ୍ସନ ର ନିର୍ବାହୀ ଯନ୍ତ୍ରୀ ଙ୍କ ଜଣାଇଛନ୍ତି ହେଲେ ପ୍ରତିଶୃତି ପାଣିର ଗାର ହୋଇଛି ।

ଏହି କେନାଲର ସାଇଡ ୱାଲ ରାସ୍ତା ପତନ ଠାରୁ ତଳକୁ ଥିବାରୁ ଘାସ ଖାଇବାକୁ ଯାଉ ଥିବା ଗାଈ ଛେଳି ଓ ରାସ୍ତାରେ ଯାଉଥିବା ବ୍ୟକ୍ତି କେନାଲ ମଧ୍ୟ୍ୟ କୁ ବାରମ୍ବାର ଖସି ପଡୁଥିବାର ଦେଖାଯାଇଛି । ଭୁବନ ଦମକଳ ବାହିନୀ ଅନେକ ଥର ଉଦ୍ଧାର କରିଛନ୍ତି ।

ଅଣ୍ଡରପାସ ରେ ପଶି କେତେକ ଛେଳି କୁକୁର ମୃତ ହୋଇଛି । କେନାଲ ର ରାସ୍ତା ଟି ଗ୍ରାମ୍ୟ ଉନୟନ ବିଭାଗ ଦ୍ୱାରା ଉର୍ନତି କରାଯାଉଛି ,ହେଲେ ଆଠ ମାସ ହେଲା କେବଳ ମେଟାଲ ପକାଇ ଠିକାଦାର ଲୁଚିଥିବାରୁ ଲୋକ ହଇରାଣ ହେଉଛନ୍ତି । ଏନେଇ ଓଡ଼ିଶ ଗ୍ରାମର ଯୁବ ସମାଜସେବୀ ପ୍ରଭୁରଞ୍ଜନ ଷଣ୍ଢ କୁହନ୍ତି, କେନାଲ ଅଣ୍ଡର ପାସ ଆମ ଅଞ୍ଚଳ ଚାଷୀ ଙ୍କ ପାଣି ଯୋଗାଉଛି କିନ୍ତୁ ଏହା ମରଣଯନ୍ତା ପାଲଟିଛି ।ଘୁଷୁରୀପଦା ର ମୋତିନାୟକ କୁହନ୍ତି ଆମେ ଛେଳି ଚରାଇଲେ ଘର ଚଳୁଛି । ଏହି ରାସ୍ତାରେ ଛେଳି ନେଇ ଗଲାବେଳେ ଛେଳି କେନାଲ ରେ ପଡିଲେ ବହୁ ହଇରାଣ ହେଉଛୁ ।

ସାହେବାଣି ମହାନ୍ତ କୁହନ୍ତି ସରକାର ଆମ ପାଇଁ ଗୋଟେ ଖାଇ ଖୋଳିଛନ୍ତି । ଗରିବ ଲୋକ ମାରିବା ପାଇଁ ।

ରଜନୀ ମହାନ୍ତ କୁହନ୍ତି ଆଠ ମାସ ହେଲା ମେଟାଲ ପକାଇ ଠିକାଦାର ପଳାଇଛି ଏହି ରାସ୍ତା ରେ କେହି ବି ଯିବାକୁ ଅମଙ୍ଗ ହେଉଛନ୍ତି .
। ସରକାର ଙ୍କୁ ନିବେଦନ କରୁଛନ୍ତି ଶୀଘ୍ର ରାସ୍ତା ପୂର୍ଣ୍ଣାଙ୍ଗ କରନ୍ତୁ ସାଇଡ ୱାଲ ନିର୍ମାଣ କରନ୍ତୁ ଜାଲି ଲଗାନ୍ତୁ ।

new life
You might also like
error: Content is protected !!