News
WhatsApp Image 2023-10-04 at 17.25.00
samparksetu

୫ ବର୍ଷରେ ଲାଗିଲାଣି ୧୭ ହଜାର ୭୨୩ ହେକ୍ଟର ଜମିରେ ଚାରା,ନୂତନ ଗଛର ନାହିଁ ଚିହ୍ନବର୍ଣ୍ଣ

ଢେଙ୍କାନାଳ ଜିଲ୍ଳାରେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୧୭ ହଜାର ୭୨୩ ହେକ୍ଟର ଜମିରେ ୧୦ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଥିବାର ଜଣାପଡିଛି । ଜଙ୍ଗଲ ପରିମାଣ ଠାରୁ ଅଧିକ ଜମିରେ ନୂତନ ଚାରା ରୋପଣ କରାଯାଇଥିବା ବେଳେ ଜଙ୍ଗଲରେ ଗଛର ଚିହ୍ନବର୍ଣ୍ଣ ନଥିବାର ଜଣାପଡିଛି ।

ଢେଙ୍କାନାଳ ବନଖଣ୍ଡରେ ରହିଥିବା ବିଭିନ୍ନ ଜଙ୍ଗଲ ଜମି ମଧ୍ୟରୁ ୩୧୩ ହେକ୍ଟର ଜବର ଦଖଲରେ ରହିଥିବାର ଜଣାପଡିଛି ।ନୂତନ ଜଙ୍ଗଲ ସୃଷ୍ଟି, ପ୍ରାକୃତିକ ସବୁଜ ବଳୟ ସୃଷ୍ଟି ଲାଗି ବ୍ୟାପକ ବୃକ୍ଷ ରୋପଣ କରାଯିବା ସହିତ ସରକାରଙ୍କର ଗ୍ରୀନ ଇଣ୍ଡିଆ ମିଶନ ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରତିବର୍ଷ ବୃକ୍ଷ ରୋପଣ କରାଯାଉଥିବା ଚାରା ,ପରବର୍ତ୍ତି ସମୟରେ ଗୋଟିଏ ବି ଚାରା ରହୁନଥିବାରୁ ଗ୍ରୀନ ମହାନଦୀ ମିଶନ ସଫଳ ହେବ ନାହିଁ ବୋଲି ପରିବେଶବିତ ମାନେ ପ୍ରକାଶ କରିଛନ୍ତି ।

ଢେଙ୍କାନାଳ ବନଖଣ୍ଡ ୧୭୮୮.୨୦ ବର୍ଗ କିମି ଜଙ୍ଗଲ ଜମି ରହିଛି । ସେଥି ମଧ୍ୟରୁ ୧ଲକ୍ଷ ୧୪ ହଜାର ୧୦୧ ହେକ୍ଟର ସଂରକ୍ଷିତ ଜଙ୍ଗଲ ରହିଥିବା ବେଳେ ୧୩୭୮ ହେକ୍ଟର ଗ୍ରାମ୍ୟ ଜଙ୍ଗଲ,୫୮ ହଜାର ୨୭୭ ହେକ୍ଟର ଡିପିଏଫ ଜଙ୍ଗଲ ଅଣସଂରକ୍ଷିତ ୪ ହେକ୍ଟର ଏବଂ ୫ ହଜାର ୫୭ ହେକ୍ଟର ଜଙ୍ଗଲ ଜମିରେ ପ୍ରାକୃତିକ ଉପାୟରେ ଜଙ୍ଗଲ ସୃଷ୍ଟି ହୋଇଛି । ମୋଟ ୧ଲକ୍ଷ ୭୮ ହଜାର ୮୨୦ ହେକ୍ଟର ବା ୧୭୮୮ ବର୍ଗ କିଲୋମିଟର ଜଙ୍ଗଲ ରହିଥିବା ଜିଲ୍ଲାସ୍ତରୀୟ କମିଟି ପ୍ରକାଶ କରିଛି ।

ଏହି ଜଙ୍ଗଲ ଜମି ମଧ୍ୟରୁ ବେଲବଣିଆରେ ୪.୪୩ହେକ୍ଟର,ମାଟିଆମୁଣ୍ଡିଆରେ ୧.୩୫ ହେକ୍ଟର,ଗଡବୋଲରେ ୦.୧୬ହେକ୍ଟର ଜଙ୍ଗଲ ଜମି ଏପରି ମୋଟ ୫.୯୪ ହେକ୍ଟର ଜଙ୍ଗଲ ଜମି ଜବର ଦଖଲ ରହିଥିବାର ଜଣାପଡିଛି ।ସେହିପରି କପିଳାସ ରେଞ୍ଜର ରାମେଇରେ ୮ .୪୮୪ ହେକ୍ଟର ,ଷଢଙ୍ଗୀ ରେଞ୍ଜ ରୂପା ବଳିଆରେ ୩.୨୨ ହେକ୍ଟର ,ଲହଡାରେ ୧୦.୫୫ ହେକ୍ଟର,ଖଙ୍କିରାରେ ୧.୪୨ ହେକ୍ଟର,ବେଗାରେ ୧୦.୦୬ହେକ୍ଟର ଗଁଦିଆରେ୦.୪େହେକ୍ଟର,କପିଳାସରେ ୦.୪୮ ହେକ୍ଟର ଏପରି ମୋଟ ୨୬.୧୩ ହେକ୍ଟର ଜମି ଜବରଦଖଲ ହୋଇଥିବାର ଜଣାପଡିଛି ।

ହିନ୍ଦୋଳ ରେଞ୍ଜ କନ୍ଧରାରେ ୨.୦୬ ହେକ୍ଟର କାମାକ୍ଷାନଗର ପୂର୍ବରେଞ୍ଜରେ ରଞ୍ଜାଗଡ ୧୩୧.୪ ହେକ୍ଟର,ଜିରିଡାମାଳୀ ୮.୦୯ ହେକ୍ଟର ମଉଳାଭଣଜାରେ ୩.୩ ହେକ୍ଟର ଏପରି ମୋଟ ୧୪୨.୭୯ ହେକ୍ଟର,କାମାକ୍ଷାନଗର ପଶ୍ଚିମରେଞ୍ଜ ଅନନ୍ତପୁର ୨୮.୭ ହେକ୍ଟର,ଅଁଳାବେରେଣୀ ୩୩.୮୧ହେକ୍ଟର ,ସୁନିଆଁ ମାରୁ ୯.୪୮ ହେକ୍ଟର,ମାଛିଆରେ ୧.୮୨ ହେକ୍ଟର,ସୁନାଝରି ୦.୬ ହେକ୍ଟର,କଙ୍କିଳିରେ ୫.୭ ହେକ୍ଟର,ସୁନ୍ଦରୀ ଖୋଲ ୨ ହେକ୍ଟର,ସିଆରି ମାଳିଆ ୫.୮୪ ହେକ୍ଟର ଏପରି ମୋଟ ୮୭.୯୫ ହେକ୍ଟର ,ଭୁବନ ରେଞ୍ଜ ବାଲିବୋରେ ୫.୯୪ ହେକ୍ଟର,ଭୁବନ୭.୩୫ ହେକ୍ଟର,ଟିପିଲେଇ ୧୧.୩୩ହେକ୍ଟର ଏପରି ମୋଟ ୨୪.୨ ହେକ୍ଟର ଜଙ୍ଗଲ ଜମି ରହିଛି ।

ବିଗତ ୫ ବର୍ଷରେ ସିଏସଆର ଫଣ୍ଡ, ଓଏମବିଏଡିସି ଓବିଡିପି, ଏମଜିଏନଆରଇଜିଏସ,ଆଜିସିଏସଏସଓ ଟିମ୍ବର,ୟୁଟିପି କରପୋରେଟ ସେକ୍ଟର ଜରିଆରେ ୨୦୧୭-୧୮ ବର୍ଷରେ ମୋଟ ୧ ହଜାର ୩୧୦ ହେକ୍ଟର ଜମିରେ ୫ଲକ୍ଷ ୩୫ ହଜାର ୪୯୫ ଚାରା ରୋପଣ କରାଯାଇଥିବା ବେଳେ ୨୮୩ଲକ୍ଷ ୨୩ ହଜାର ଟଙ୍କା ବିନିଯୋଗ ହୋଇଛି ।

ସେହିପରି ୨୦୧୮-୧୯ ବର୍ଷରେ ମୋଟ ୩ ହଜାର ୫୮୮ ହେକ୍ଟର ଜମିରେ ୮ଲକ୍ଷ ୪୮ ହଜାର ୫ ଚାରା ରୋପଣ କରାଯାଇଥିବା ବେଳେ ୬୨୨ଲକ୍ଷ ୬୨ ହଜାର ଟଙ୍କା ,୨୦୧୯-୨୦ବର୍ଷରେ ମୋଟ୪ ହଜାର ୩୩୪୦ ହେକ୍ଟର ଜମିରେ ୮୮ଲକ୍ଷ ଚାରା ରୋପଣ କରାଯାଇଥିବା ବେଳେ ୯୦୮ଲକ୍ଷ ୯୨ ହଜାର ଟଙ୍କା ,୨୦୨୦-୨୧ବର୍ଷରେ ମୋଟ ୨ ହଜାର ୯୭୫ ହେକ୍ଟର ଜମିରେ ୧୩ଲକ୍ଷ ୧୭ ହଜାର ୭୨୫ ଚାରା ରୋପଣ କରାଯାଇଥିବା ବେଳେ ୯୭୯ଲକ୍ଷ ୫୧୩ ହଜାର ଟଙ୍କା ଓ ୨୦୨୧-୨୨ବର୍ଷରେ ମୋଟ ୫ ହଜାର ୧୧୫ ହେକ୍ଟର ଜମିରେ ୯୯୮ଲକ୍ଷ ୩ହଜାର ୨୧୮ ଚାରା ରୋପଣ କରାଯାଇଥିବା ବେଳେ ୧୯୦୪ଲକ୍ଷ ୭୯ହଜାର ଟଙ୍କା ବିନିଯୋଗ କରାଯାଇଛି ।

ବିଗତ ୫ ବର୍ଷରେ ୧୭ ହଜାର ୭୨୩ ହେକ୍ଟର ଜମିରେ ୧୦ଲକ୍ଷ ୪୬ ହଜାରରୁ ଅଧିକ ଚାରା ରୋପଣ କରାଯାଇଥତବା ବେଳେ ୪ ହଜାର ୬୯୯ଲକ୍ଷ ଟଙ୍କା ଟଙ୍କା ଖର୍ଚ୍ଚ କରାଯାଇଛି ।ଚାରା ରୋପଣ କରି ବନବିଭାଗ ତାର କାର୍ଯ୍ୟ ଶେଷ କରିଦେଉଥିବା ବେଳେ ବାସ୍ତବରେ ଏହି ଚାରାର ଚିହ୍ନବର୍ଣ୍ଣ ରହୁନଥିବାର ଜଣାପଡିଛି ।

new life
You might also like
error: Content is protected !!