News
WhatsApp Image 2023-10-04 at 17.25.00
samparksetu

ବିକଳାଙ୍ଗ ପୌରୁଷ

ତୁମକୁ ଯନ୍ତ୍ରଣା ଅନୁଭବ ପାଇଁ ଡାକୁନାହିଁ,
କେବଳ ବୁଲିଆସ
ପ୍ରସବ ଗୃହର କେତୋଟି
ପେଟ କାଟି, ଚେତା ହରେଇ
ପଡିରହିଥିବା ‘ମା’ଙ୍କ ପାଖରୁ ।

ତୁମ ପୁରୁଷତ୍ୱକୁ ମୁଁ ଅବମାନନା କରୁନାହିଁ
କିନ୍ତୁ ମୋ ନାରୀତ୍ବର କି ଦୋଷ ?
ଥରେ ସେ ବିଛଣାରେ ଶୋଇପଡ
ନିଜକୁ ସଜଫୁଟା କଅଁଳ ମାତୃତ୍ୱ ନେଇ
ଜାଣିବ , ଏ ଧର୍ଷଣର ଯନ୍ତ୍ରଣା
ଏବେ ମଧ୍ୟ ସହୁଛି ‘ମା’ ଟିଏ ।

ତୁମ ନିର୍ଭୀକତାକୁ ଆହ୍ୱାନ ଦେଉନି,
ଥରେ ସାମ୍ନାରେ ଠିଆହୁଅ
ନିଜ ‘ଭଉଣୀ’ କି ‘ମା’ର
ବିବେକ ବିବଶତା ପାଖେ !
ଶୁଣିବ ତୁମ ଆତ୍ମାର ତ୍ରାହି ତ୍ରାହି ଶବ୍ଦ ।

ମୁଁ ନୁହେଁ,
ଧର୍ଷଣ ପାଇଛି ସମାଜ
ତୁମ ପୁରୁଷତ୍ୱର ଅଭିମାନ ।

“ମୁଁ ତ ନାରୀଟିଏ !
‘ମା’ ମୁଁ…
‘ମାଟି’ ମୁଁ …”

✍️ହିମାଂଶୁ ଭୂଷଣ ସାହୁ

new life
You might also like
error: Content is protected !!