News
WhatsApp Image 2023-10-04 at 17.25.00
samparksetu

ବେଆଇନ ଆଶ୍ରମ ସିଲ୍, ଗିରଫ ହେଲେ ଖଣ୍ଡିଆ ବାବା

ସିଲ୍ ହେଲା ଅନନ୍ତ ଚରଣ ଦାସ ଓରଫ ଖଣ୍ଡିଆ ବାବାଙ୍କ ଆଶ୍ରମ
ଢ଼େଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୁନ୍ଦରାଖୋଲ୍ ଜଙ୍ଗଲ ମଧ୍ୟରେ ଗଢ଼ି ଉଠିଥିଲା ଏହି ବେଆଇନ ଖଣ୍ଡିଆ ବାବା ଙ୍କ ଆଶ୍ରମ। ତେବେ ଜଙ୍ଗଲ ମଧ୍ୟରେ ବେଆଇନ ଆଶ୍ରମ ନିର୍ମାଣ ଓ ଜଙ୍ଗଲ ଜମି ଅକ୍ତିଆର ଅଭିଯୋଗରେ ଖଣ୍ଡିଆ ବାବାଙ୍କୁ ଗିରଫ କରିଛି ବନବିଭାଗ।

ଦୀର୍ଘ ବର୍ଷ ତଳୁ ଏହି ଆଶ୍ରମଟି ଗଢ଼ି ଉଠିଥିଲା। ତେବେ ବନବିଭାଗ ତରଫରୁ ଏକ ସ୍ବତନ୍ତ୍ର ଟିମ୍ ଗୁଣ୍ଡଖୋଇ ଆଶ୍ରମ ଟି କୁ ସିଲ୍ କରିଛି ବନବିଭାଗ। ଜଣେ ବ୍ୟବସାୟୀ ରୁ ବାବା ପାଲଟିଥିବା ଅନନ୍ତ ଚରଣ ଦାସ ଓରଫ ଖଣ୍ଡିଆ ବାବା ୧୯୮୪ ମସିହା ପର ଠାରୁ କାମାକ୍ଷାନଗର ବ୍ଲକ୍ ବିଯାଡ଼ିହି ଅନ୍ତର୍ଗତ ସମାଟାଙ୍ଗୀ ତେଣ୍ଡାଖୋଲ ଆଶ୍ରମ ପରେ କଙ୍କିଳୀ ର ଗୁଣ୍ଡଖୋଇ ଆଶ୍ରମ ରେ ରହି ଆସୁଥିଲେ।

ତାଙ୍କ ପୈତୃକ ଘର ଢ଼େଙ୍କାନାଳ ଜିଲ୍ଲା ବଉଳପୁର ଗାଁରେ। ଲୁଗା ବେପାର କରୁଥିବା ଅନନ୍ତ ଏକ ବୋମା ବିସ୍ଫୋରଣ ରେ ଡାହାଣ ହାତ ହରାଇଥିଲେ। ପରେ ସେ ଘର ଛାଡ଼ି ସନ୍ୟାସୀ ଭାବେ ଏଣେ ତେଣେ ବୁଲି ଆଶ୍ରୟ ନେଇଥିଲେ। ଶେଷରେ ସେ କଙ୍କିଳୀ ଗାଁ ର ଗୁଣ୍ଡଖୋଇ ଆଶ୍ରମ ରେ ରହି ଆସୁଥିଲେ। ଗରିଫ ବାବା ଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଜଙ୍ଗଲ ମଝିରେ ବେଆଇନ ଭାବେ ଗଢି ଉଠିଥିବା ଆଶ୍ରମ ଟିକୁ ଖୁବ୍ ଶୀଘ୍ର ଭଙ୍ଗା ଯିବ ବୋଲି ଫରେଷ୍ଟର ପ୍ରଦୀପ୍ତ ଭଞ୍ଜ କହିଛନ୍ତି।

new life
You might also like
error: Content is protected !!