News
WhatsApp Image 2023-10-04 at 17.25.00
samparksetu

ମହୁଲଖୋଳି ଗ୍ରାମରେ କ୍ଷେତ ପୋଖରୀ ଓ ବିଭିନ୍ନ ବଗିଚା ଓ କୃଷି କ୍ଷେତ୍ର ପରିଦର୍ଶନ

ଓଡ଼ିଶା ସରକାରଙ୍କ ତିନି ବିଭାଗ ର ଉଚ୍ଚ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଖଟୁଆ ଯୁଗ୍ମ ନିର୍ଦ୍ଦେଶକ,ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ଶ୍ରୀଯୁକ୍ତ ଗୋକୁଳ ବେହେରା ଉପ ନିର୍ଦ୍ଦେଶକ କୃଷି , ଶ୍ରୀଯୁକ୍ତ ସୁବ୍ରତ କୁମାର ଚାନ୍ଦ ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି
ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ କ୍ଷେତ ପୋଖରୀ ଓ କାଜୁ ବଗିଚା, ଆମ୍ବ ବଗିଚା, ପିଜୁଳି ବଗିଚା ସମନ୍ୱିତ ଚାଷ କ୍ଷେତ୍ର ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଢେଙ୍କାନାଳ ଜିଲ୍ଲାର ସଚ୍ଚିଦାନନ୍ଦ ସ୍ୱାଇଁ, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଗୀତାଶ୍ରୀ ପାଢ଼ୀ, ଉପ ନିର୍ଦ୍ଦଶକ, ଉଦ୍ୟାନ କୃଷି, କୃଷି ଅଧିକାରୀ ମାନସୀ ମାଡାମ, ଉଦ୍ୟନ କୃଷି ଅଧିକାରୀ ଦେବଦତ୍ତ ପାତ୍ର, ଓଭରସିଅର ପ୍ରାଣବନ୍ଧୁ ସେଠୀ ଅନ୍ୟ କର୍ମଚାରୀ ଶ୍ୱାସତ ସାହୁ ,ମୁନା ସାହୁ ,ଦୀପକ ସାମଲ ,ହରିହର ବରାଳ ,ପ୍ରମୁଖ ଉପସ୍ଥିତ ରହି କାଯ୍ୟଗୁଡିକୁ ଅନୁଧ୍ୟାନ କଲେ l

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ର ସଫଳ ରୂପାୟନ ସମ୍ପର୍କରେ ହିତାଧିକାରୀ ଧରଣୀଧର ଗୋଛାୟତ, ବିକାଶ ଗୋଛାୟତ, ଗୋଲଖ ବିହାରୀ ବେହେରା, ଅଖିଳ ମହାଭୋଇ, ଗନ୍ଧର୍ବସେନ ଦେହୁରୀ ଓ ଦୟାନିଧି ବେହେରା , ରାଧାରାଣୀ ବେହେରା ଓ ଗ୍ରାମର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ ଓ ଚାଷୀ ମାନଙ୍କ ସହ ଆଲୋଚନା କରି ସହଭାଗିତା ଓ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଯୋଜନାରେ କ୍ଷେତ ପୋଖରୀ ହୁଡାରେ ନଡ଼ିଆ, ପିଜୁଳି, ଆମ୍ବ, ସପୁରି, କଦଳୀ ଓ ସଜନା ଚାରା ରୋପଣ ବ୍ୟତୀତ ଉନ୍ନତ କିସମର କାଜୁବାଦାମ ଚାଷ ଓ ସେହି ଜମିରେ ଅନ୍ତକ୍ଷେପନ କୃଷି ପଦ୍ଧତିରେ ରାଶି, ଚିନାବାଦାମ, ବିରି, ମୁଗ, କୋଳଥ ଓ ଶାଗ ମଞ୍ଜି ଆଦି ଚାଷ କରି ଆର୍ଥିକ ସ୍ୱାବଲମ୍ବୀ ହେବାକୁ ଉତ୍ସାହିତ କରିଥିଲେ।

new life
You might also like
error: Content is protected !!