News
WhatsApp Image 2023-10-04 at 17.25.00
samparksetu

ରାଜନୈତିକ ପଶାପାଲିରେ ପଣବନ୍ଦୀ ପର୍ବତକଣି ,ଭୋଟ ନ ଦେବାରୁ କାଟି ଦେଲେ ଗ୍ରାମର ମୁଖ୍ୟ ରାସ୍ତା

ପାହାଡ଼ ପରି ଗଦା ଗଦା ସମସ୍ୟାରେ ସନ୍ତୁଳି ହେଉଛନ୍ତି ଗ୍ରାମବାସୀ। ଏପରି ସ୍ଥଳେ ଗତ ପଂଚାୟତ ନିର୍ବାଚନରେ ଭୋଟ ନଦେଇଥିବାରୁ ଗାଁକୁ ଯାଇଥିବା ମୁଖ୍ୟ ରାସ୍ତାକୁ ଜେସିବି ଲଗାଇ କାଟିଦେଇଛନ୍ତି ପରାଜିତ ପ୍ରାର୍ଥୀଙ୍କ ସମର୍ଥକ । ଗାଁ କୁ ଯୋଗାଯୋଗ ବିଛିନ୍ନ ଥିବାବେଳେ ଗତ କିଛିଦିନ ହେଲା ରାଜନୈତିକ ପଶାପାଲି ରେ ଏକ ପ୍ରକାର ପଣବନ୍ଦୀ ହୋଇ ରହିଛନ୍ତି ଢେଙ୍କାନାଲ ଜିଲ୍ଲା ଗଁଦିଆ ବ୍ଲକର ପର୍ବତକଣି ଗ୍ରାମବାସୀ ।

ପ୍ରକାଶ ଥାଉକି, ବର୍ଷକର ଅଧିକାଂଶ ମାସ ଗାଁକୁ ଘେରିଯାଏ ବ୍ରହ୍ମଣୀ ନଦୀର ବନ୍ୟା ପାଣି । ଏପରିସ୍ଥଳେ ବ୍ରାହ୍ମଣୀ ବନ୍ୟାର କୋପରୁ ସୁରକ୍ଷିତ ପାଇଁ କେଉଁ ଆବବାହାନ କାଳରୁ ପର୍ବତପରି ଉଚ୍ଚ ଜାଗାରେ ବସତି ସ୍ଥାପନ କରିଛନ୍ତି ପ୍ରାୟ ଶହେ ଟି ପରିବାର । ଏଥିପାଇଁ ଏହି ଗ୍ରାମର ନାମ ପର୍ବତ କଣି ବୋଲି କୁହାଯାଏ । ଢେଙ୍କାନାଲ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଦିଗାମ୍ବରପୁର ପଂଚାୟତର ଅଧୀନରେ ରହିଛି ଏହି ପର୍ବତକଣି ଗ୍ରାମ । ଗାଁରେ ସ୍କୁଲ ଠାରୁ ପାନୀୟ ଜଳ ଓ ରାସ୍ତା ଘାଟ ଆଦି ଲାଗି ରହିଛି ପାହାଡ଼ ପରି ଗଦା ଗଦା ସମସ୍ୟା ।

ନିର୍ବାଚନ ପରେ ନିର୍ବାଚନ ଯାଉଛି । ହେଲେ ସାଂସଦ,ବିଧାୟକ ଓ ସରପଞ୍ଚଙ୍କ ଯାଏ କେହି ଶୁଣୁନାହାନ୍ତି ଏହି ଗ୍ରାମବାସୀଙ୍କ ସମସ୍ୟାର କଥା । ଏପରିସ୍ଥଳେ ଗତ ପଂଚାୟତ ନିର୍ବାଚନରେ ବାଧ୍ୟ ହୋଇ ମତ ବଦଳାଇ ନିଜ ସପକ୍ଷର ନୂତନ ସରପଞ୍ଚ ନିର୍ବାଚିତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ଏହି ପର୍ବତକଣି ଗ୍ରାମବାସୀ । ଯାହାକି ତାଙ୍କୁ ପରାଜିତ ସରପଞ୍ଚଙ୍କ ସମର୍ଥକ ଗୋଷ୍ଠୀର ଆକ୍ରୋଶର ଶିକାର ହେବାଜୁ ପଡିଛି ବୋଲି ଗ୍ରାମବାସୀ ଅତି କ୍ଷୋଭର ସହ ପ୍ରକାଶ କରୁଛନ୍ତି ।

ଏପରିକି ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତାକୁ ଜେସିବି ଲଗାଇ ଖୋଳି କାଟି ଦେଇଛନ୍ତି ପାଖ ଗହମ ଖଳା ଗ୍ରାମର ଜନେକ ମୁଷ୍ଟିମେୟ ଲୋକ । ଫଳରେ ଏହି ଗାଁକୁ ଯିବା ଆସିବା ଏକ ପ୍ରକାର ଠପ ହୋଇ ଯାଇଥିବା ଦେଖାଯାଇଛି। ଗାଁର ୬ଷ୍ଠ ଶ୍ରେଣୀରୁ ଅପର ଶ୍ରେଣୀଯାଏ ପିଲାମାନେ ପାଖ ଗାଁ ସ୍କୁଲ କୁ ଯାଇ ପାରିନଥିବାରୁ ପାଠରେ ଏକ ପ୍ରକାର ଡୋରି ଲାଗିଯାଇଛି । ଆଉ ଏପଟେ ରାସ୍ତା ଖୋଳି ଦେଇଥିବାରୁ ଦେହ ଖରାପ ହେଲେ ଅବସ୍ଥା ଅୟନ୍ତ ଜଟିଳ ହୋଇପଡୁଥିବା ଦେଖିବାଜୁ ମିଳିଛି ।

ରାସ୍ତା କାଟି ଦେଇଥିବାରୁ ଗତ କିଛିଦିନ ହେଲା ଏହି ପର୍ବତକଣି ଗ୍ରାମବାସୀ ଏପରି ରାଜନୀତିର ପଶାପାଲିରେ ଏକ ପ୍ରକାର ପଣବନ୍ଦୀ ହୋଇ ରହିଛନ୍ତି । ଗ୍ରାମବାସୀଙ୍କ କହିବା ମୁତାବକ ସେମାନେ ଯିବା ଆସିବା କରୁଥିବା ରାସ୍ତା ପାଇଁ କିଛି ଜାଗା ପାଖ ଗ୍ରାମ ଗହମଖଳାର ଲୋକଙ୍କ ସାଥିରେ ତାଙ୍କ ବାପା ଆଜା ଅମଳରୁ ଜାଗା ବଦଳ ଉଦଳ କରାଯାଇଛି । ଏପରିକି ସରକାରଙ୍କର ବିଭିନ୍ନ ଯୋଜନାରେ ପୂର୍ବରୁ ବାରମ୍ବାର ଏହି ରାସ୍ତା ଉନ୍ନତି କରଣ କାର୍ଯ୍ୟ କରାଯାଇଛି ।

ମାତ୍ର ଗତ ନିର୍ବାଚନରେ ସରପଞ୍ଚ ହାରିଯିବାରୁ ପ୍ରତିହିଂସା ପରାୟଣ ହୋଇ ତାଙ୍କ ଜାଗା ବୋଲି ଦବିକାରୀ ରାସ୍ତା କାଟି ଦେଇଥିବା ସହ ନାନା ଧମକ ଚମକ ଦେଉଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଦିଗାମ୍ବରପୁର ସରପଞ୍ଚ ପ୍ରଶାସନ ପକ୍ଷରୁ ତୁରନ୍ତ ସମାଧାନ ଦାବିରେ ଆସନ୍ତା ୨୩ତାରିଖରେ ଗଁଦିଆ ବ୍ଲକ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏରିସ୍ଥଳେ ପର୍ବତକଣି ଗ୍ରାମବାସୀ ଗଁଦିଆ ଥାନାରେ ଲିଖିତ ଅଭିଯୋଗ ସତ୍ତ୍ୱେ ଅଭିଯୁକ୍ତ ମୁଷ୍ଟିମେୟ ଲୋକଙ୍କ ସହ ସଲସୁତରାରେ ପୁଲିସ ହାତବାନ୍ଧି ବସିଛି। ଆଉ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଏସପିଙ୍କ ପର୍ଯ୍ୟନ୍ତ ଗୁହାରି କରି କରି ଗ୍ରାମବାସୀ ମାନେ ହତାଶ। ଯାହାକୁ ନେଇ ପର୍ବତକଣି ଗ୍ରାମବାସୀଙ୍କ ମହଲରେ ଅସନ୍ତୋଷ ତୀବ୍ରତର ହେବାରେ ଲାଗିଛି ।

new life
You might also like
error: Content is protected !!