News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ରିଜିଓନାଲ କଲେଜରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ରିଜିଓନାଲ ଉଚ୍ଚମାଧ୍ୟମିକ ମହାବିଦ୍ୟାଳୟରେ ୨୨ ତାରିଖ ଗୁରୁବାର +୨ କଳା , ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ରେ ନାମ ଲେଖାଇଥିବା ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରଵେଶ ଉତ୍ସବ ଅନୁଷ୍ଠି ହୋଇଯାଇଛି ।

ବିଦ୍ୟାଳୟର ସମସ୍ତ ଅଧ୍ୟାପକ / ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସମସ୍ତଙ୍କୁ ଫାଟକ ନିକରୁ ଶୃଙ୍ଖଳିତ ଭାବେ ଧାଡିରେ ପର୍ଯ୍ୟାକ୍ରମେ ବିଦ୍ୟାଳୟକୁ ପ୍ରବେଶ କରାଇଥିଲେ , ୨ୟ ବର୍ଷର ଛାତ୍ର ଛାତ୍ରୀ ବୃନ୍ଦ ସମସ୍ତଙ୍କୁ ପୁଷ୍ପଗୁଛଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଏହାପରେ ବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ ଅମାନ୍ତ ଙ୍କ ପୌରହିତ୍ୟରେ ଏନେଇ ଅନୁଷ୍ଟିତ ସଭାରେ ବାଣିଜ୍ୟ ବିଭାଗର ଅଧ୍ୟାପକ ପ୍ରତାପ କୁମାର ବରାଳ , ସଂସ୍କୃତ ବିଭାଗ ଅଧ୍ୟାପକ ନରେଶ ଚନ୍ଦ୍ର ମହାପାତ୍ର , ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରଦିପ କୁମାର ମାଝି , ଇତିହାସ ବିଭାଗ ଅଧ୍ୟାପକ ଦିବାକର ସାହୁ ,ଗଣିତ ବିଭାଗ ଅଧ୍ୟାପକ ସମରବଲ୍ଲଭ ସାମନ୍ତରାୟ ,ଇଂରାଜି ବିଭାଗ ଅମିୟ କୁମାର ଗଡନାୟକ ,ଓଡିଆ ବିଭାଗ ଅଧ୍ୟାପକ ସନ୍ତୋଷ କୁମାର ମହାନ୍ତି ,ଅଧ୍ୟାପକ ସତ୍ୟବ୍ରତ ପାଳ ଓ କାର୍ତ୍ତିକେଶ୍ୱର ମଣ୍ତଳ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ନବାଗତ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ନିମନ୍ତେ ଶୁଭାଶିର୍ବାଦ ପ୍ରଦାନ ସହ ଶୃଙ୍ଖଳିତ ଭାବେ ଦୈନଦିନ ଜ୍ଞାନ ଆହାରଣ କରି ପ୍ରତ୍ୟକ ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଶେଷରେ କ୍ରିଡା ଶିକ୍ଷକ ବରୁଣ ମାଝି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!