News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ୧୦ ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ପଲ୍ଲିଶ୍ରୀ ମେଳା

ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅଵସରରେ ପଲ୍ଲିଶ୍ରୀ ମେଳା ର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମହିଷାପାଟସ୍ଥ ମେଳା ପଡ଼ିଆରେ ଆୟୋଜନ ହେବ ପଲ୍ଲିଶ୍ରୀ ମେଳା ।

ଏହି ମେଳା ଦିବା ୧୦ଘଟିକା ଠାରୁ ଆରମ୍ଭ ହୋଇ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ।ମେଳାରେ ସମସ୍ତ ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ , କୁଟୀର ଶିଳ୍ପ , ଡୋକ୍ରା କାରୁକାର୍ଯ୍ୟ ,ମିଶନ ଶକ୍ତି ଓ ଫୁଡ଼ ପ୍ଲାଜା ସହ ୨୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲାଯିବ ।

ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଦିନରେ ଲୋକକଳା ଉତ୍ସବ ଅନୁଷ୍ଠିତ ହେବ ।ପିଲା ମାନଙ୍କ ପାଇଁ ଦୋଳିର ବ୍ୟବସ୍ଥା ରହିବ । ପଲ୍ଲିଶ୍ରୀ ମେଳାରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯିବ । ମେଳାରେ ଅଗ୍ନିଶମ ଵୋଭାଗ ଏବଂ ଆମ୍ବୁଲାନ୍ସ ର ବ୍ୟବସ୍ଥା କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା ।

new life
You might also like
error: Content is protected !!