News
WhatsApp Image 2023-10-04 at 17.25.00
samparksetu

ପୋଲିସ ର କାର୍ଯ୍ୟନୁଷ୍ଠାନ ପ୍ରତିବାଦରେ କୁକୁଡ଼ା ଚାଷୀଙ୍କ ରାସ୍ତା ରୋକ ଆନ୍ଦୋଳନ !

ଆଜି ଅପରାହ୍ନ ରେ ହିନ୍ଦୋଳ ରୋଡ ଫାଣ୍ଡି ସମ୍ମୁଖରେ ଢେଙ୍କାନାଳ ଜିଲ୍ଲା ର କୁକୁଡ଼ା ଚାଷୀ ମାନେ ଏକତ୍ରିତ ହୋଇ ଫାଣ୍ଡି ଅଧିକାରୀ ଙ୍କ କାର୍ଯ୍ୟ କଳାପରେ ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ କରିବା ସହିତ ୫୫ ନଂ ଜାତୀୟ ରାଜପଥ ରାସ୍ତା କୁ ଅବରୋଧ କରିଥିଲେ ।

ସେମାନଙ୍କ ଅଭିଯୋଗ ହେଲା କୁକୁଡ଼ା ଚିଆଂ ଉପ୍ତାଦନ କରୁଥିବା କମ୍ପାନୀ ମାନଙ୍କ ର ଚାଷୀ ମାରଣା ନିତି ପ୍ରତିବାଦରେ ସାରା ରାଜ୍ୟର କୁକୁଡ଼ା ଚାଷୀ ଭାଇମାନେ ଆଦୋଳନ କରିବା ସହିତ ସମାଧାନ ନହେବା ପର୍ଯ୍ୟନ୍ତ କୈାଣସି କମ୍ପାନୀ ରୁ ଚାଷୀ ଭାଇ ମାନେ କୁକୁଡ଼ା ଚିଆଂ ନେବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ଫଳରେ ଅନେକ କମ୍ପାନୀ ସେମାନଙ୍କ ର ଚିଆଂ ଉପ୍ତାଦନ ବଂଦ କରିଥିଲେ । କିନ୍ତୁ ପଶୁପତି ଫିଡସ କମ୍ପାନୀ କୁକୁଡ଼ା ଚିଆଂ ଉପ୍ତାଦନ କରି ଲୁଚାଛପା ରେ ତାର ଵ୍ୟବସାୟ ଚାଲୁ ରଖିଥିବା ଖବର ପାଇ , ସେମାନେ ସଜାଗ ରହିଥିଲେ ।ଗତକାଲି ରାତିରେ ୪ ଗୋଟି ପିକପଭ୍ୟାନ ରେ ଚିଆଂ ବୋଝେଇ ହୋଇ ଅନଗୁଳ ଅଭିମୂଖେ ଆସୁଥିବା ବେଳେ ଗୁଣଦେଇ ନିକଟରେ କିଛି କୁକୁଡ଼ା ଗାଡ଼ିକୁ ଅଟକାଇ ଥିଲେ । ଏହି ଘଟଣାରେ ହିନ୍ଦୋଳ ରୋଡ ଫାଣ୍ଡି ଅଧିକାରୀ , ବିଶ୍ଵଜିତ କରଣ ଓ ସୁବ୍ରତ ଲେଙ୍କା ନାମକ ଦୁଇଜଣ କୁକୁଡା ଚାଷୀ ଙ୍କୁ ଥାନା କୁ ଆଣିଥିଲେ ।

ଏହାର ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲାର କୁକୁଡ଼ା ଚାଷୀ ମାନେ ଏକତ୍ରିତ ହୋଇ ଫାଣ୍ଡି ଅଧିକାରୀ ଙ୍କୁ ପଚାରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଫାଣ୍ଡି ଅଧିକାରୀ ଙ୍କ ଦୃଵ୍ୟବହାର ରେ ସେମାନେ ୫୫ ନଂ ଜାତୀୟ ରାଜପଥ ହିନ୍ଦୋଳ ରୋଡ ଫାଣ୍ଡି ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଓଡ଼ାପଡ଼ା ଅତିରିକ୍ତ ତହସିଲଦାର ସୁମନ୍ତ କୁମାର ବେହେରା ହିନ୍ଦୋଳ ରୋଡ ଫାଣ୍ଡି ରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ କରିଥିଲେ ।

ଏ ସମ୍ପର୍କରେ ହିନ୍ଦୋଳ ରୋଡ ଫାଣ୍ଡି ଅଧିକାରୀ ବିକାଶ ବେହେରା ଙ୍କୁ ପଚାରିବାରୁ ସେ ମହାଶୟ କହିଲେ କି ଅଭିଯୋଗ କ୍ରମେ ଆମେ ଦୁଇଜଣ ଙ୍କୁ ଆରେଷ୍ଟ କରିଥୁଲି ସେମାନଙ୍କୁ ୪୧ ବଣ୍ଡ ରେ ଛାଡିଛୁ । ଏହି ଆନ୍ଦୋଳନ ରେ ଢେଙ୍କାନାଳ ଜିଲ୍ଲା ସଦର ସଭାପତି ସୁନିଲ କୁମାର ବେହେରା, ସଂଯୋଜକ ଦେବୀପ୍ରସାଦ ଦାସ ଙ୍କ ସହିତ ଅନେକ କର୍ମକର୍ତ୍ତା , ଶତାଧିକ କୁକୁଡ଼ା ଚାଷୀ ଯୋଗ ଦେଇ ପଶୁପତି ଫିଡର୍ସ କମ୍ପାନୀ ବିରୁଦ୍ଧରେ ଅଭିଯୋଗ କରିବା ସହିତ କମ୍ପାନୀ ର ଚାଷୀ ମାରଣାନିତୀ କୁ ସମାଲୋଚନା କରିଥିଲେ ।

new life
You might also like
error: Content is protected !!