News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ୧୨୭୦ ଶିଶୁ ଅପପୃଷ୍ଟିର ଶିକାର ;ଗଁଦିଆ ରେ ସର୍ବାଧିକ

ଢେଙ୍କାନାଳ ଜିଲ୍ଲାରେ ୨ହଜାର ୨୨୦ ଅଙ୍ଗନୱ।ଡି କେନ୍ଦ୍ର ରହିଥିବା ବେଳେ ୨ ହଜାର ୧୭ କେନ୍ଦ୍ରର ନିଜସ୍ୱ ବାସଗୃହ ରହିଥିବାର ଜଣାପଡିଛି ।ଏହି କେନ୍ଦ୍ରଗୁଡ଼ିକରେ ମୋଟ ୪୫ ହଜାର ୭୨ଜଣ ଶିଶୁଙ୍କ ମଧ୍ୟରୁ ୧ ହଜାର ୧୩୧ ଜଣ ଶିଶୁ ଅପପୃଷ୍ଟିର ଶିକାର ହେଉଥିବା ବେଳେ ଗଁଦିଆ ରେ ସର୍ବାଧିକ ଶିଶୁ ଅତିଶୟ ପୁଷ୍ଟିହୀନତାର ଶିକାର ହୋଇଥିବାର ଜଣାପଡିଛି ।

ଜିଲ୍ଲାରେ ୨୧୨ଟି ପଞ୍ଚାୟତ ଏବଂ ୧ ହଜାର ୬୬ଟି ଗ୍ରାମରେ ରହିଛି ୨ହଜାର ୨ଶହ ୨୦ଟି ଅଙ୍ଗନୱାଡି କେନ୍ଦ୍ର । ଏହି ଅଙ୍ଗନୱାଡି କେନ୍ଦ୍ରରେ ୨ ହଜାର ୨୨୦ ଜଣ କର୍ମୀ ରହିଥିବା ବେଳେ ୧ ହଜାର୮୭୩ ଜଣ ସହାୟୀକା କାର୍ଯ୍ୟ କରୁଛନ୍ତି । ମୋଟ ୨ହଜାର ୨ଶହ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୨ ହଜାର ୧୭ଟି କେନ୍ଦ୍ରର ନିଜସ୍ୱ ଘର ଥିବା ବେଳେ ୨୦୩ଟି କେନ୍ଦ୍ରର ଆଦୌ ଘର ନଥିବାର ଜଣାପଡିଛି ।

ଜିଲ୍ଲାରେ ଗର୍ଭବତୀ ମହିଳା ରହିଥିବା ବେଳେ ସେମାନଙ୍କୁ ଛତୁଆ ଅଣ୍ଡା ଏବଂ ଲଡୁ ପ୍ରଦାନ କରାଯାଉଛି । ଛଟୁଆ ପ୍ରସ୍ତୁତି ପାଇଁ ଜିଲ୍ଲାରେ ୮ଟି ବ୍ଲକରେ ୧୬ଟି ସ୍ୱୟଂ ସହାୟକ ଗୋଷ୍ଠିକୁ ଛତୁଆ ପ୍ରସ୍ତୁତ ପାଇଁ ଦାୟୀତ୍ୱ ପ୍ରଦାନ କରାଯାଇଛି । ଏହି ଅଧାରରେ ୬ ମାସରୁ ୩ ମାସ ପର୍ଯ୍ୟନ୍ତ ଶିଶୁକୁ ୨ କେଜି ୪ଶହ ଗ୍ରାମ ଛତୁଆ ପ୍ରଦାନ କରାଯାଉଛି । ଜିଲ୍ଲାର ଭୁବନ ବ୍ଲକରେ ୫ ହଜାର ୧୪୯ ଶିଶୁ ପଞ୍ଜିକରଣ କରାଯାଇଥିବା ବେଳେ ୪ ହଜାର ୧୩୪ ଜଣ ଉପସ୍ଥିତ ରହୁଛନ୍ତି ।

ସଦର ବ୍ଲକରେ ୬ ହଜାର ୨୪୪ ଶିଶୁ ପଞ୍ଜିକରଣ କରାଯାଇଥିବା ବେଳେ ୫ହଜାର ୬୮୬ ଜଣ ଉପସ୍ଥିତ,ଗଁଦିଆ ବ୍ଲକରେ ୬ହଜାର ୩୫୩ ଶିଶୁ ପଞ୍ଜିକରଣ କରାଯାଇଥିବା ବେଳେ ୫ହଜାର ୬୪୪ ଜଣଉପସ୍ଥିତ ,ହିନ୍ଦୋଳ ବ୍ଲକରେ ୭ ହଜାର ୧୮୪ ଶିଶୁ ପଞ୍ଜିକରଣ କରାଯାଇଥିବା ବେଳେ ୬ ହଜାର ୭୯୪ ଜଣ ଉପସ୍ଥିତ ,କାମାକ୍ଷାନଗର ବ୍ଲକରେ ୪ ହଜାର ୪୮୩ ଶିଶୁ ପଞ୍ଜିକରଣ କରାଯାଇଥିବା ବେଳେ୩ ହଜାର ୭୯୬ ଜଣ ଉପସ୍ଥିତ ,କଙ୍କଡାହାଡ ବ୍ଲକରେ ୪ ହଜାର ୯୪୭ ଶିଶୁ ପଞ୍ଜିକରଣ କରାଯାଇଥିବା ବେଳେ ୪ ହଜାର ୭୩୧ ଜଣ ଉପସ୍ଥିତ ,ଓଡାପଡା ବ୍ଲକରେ ୫ ହଜାର ୫୫୫ ଶିଶୁ ପଞ୍ଜିକରଣ କରାଯାଇଥିବା ବେଳେ୪ ହଜାର ୧୮୬ ଜଣ ଉପସ୍ଥିତ ଓ ପରଜଙ୍ଗ ବ୍ଲକରେ ୫ ହଜାର ୧୫୭ ଶିଶୁ ପଞ୍ଜିକରଣ କରାଯାଇଥିବା ବେଳେ ୪ ହଜାର ୯୯ ଜଣ ଉପସ୍ଥିତ ରହୁଥିବାର ଜଣାପଡିଛି ।

ଜିଲ୍ଲାର ମୋଟ ୪୫ ହଜାର ୭୨ଜଣ ଶିଶୁଙ୍କ ମଧ୍ୟରୁ ୩୯ ହଜାର ୭୦ଜଣ ଉପସ୍ଥିତ ରହୁଥିବାର ଜଣାପଡିଛି । ଏହି ଶିଶୁ ମାନଙ୍କୁ ପ୍ରତିମାସରେ ଓଜନ କରାଯାଉଥିବା ବେଳେ ଭୁବନ ବ୍ଲକରେ ୧୯୯ଜଣ,ସଦର ବ୍ଲକରେ ୮୪ଜଣ,ଗଁଦିଆରେ ୨୯୧ଜଣ,ହିନ୍ଦୋଳରେ୨୧୧ଜଣ,କାମାକ୍ଷାନଗରରେ ୮୨ଜଣ,କଙ୍କଡାହାଡରେ ୨୧୭ଜଣ, ଓଡାପଡାରେ ୧୩୭ଜଣ,ପରଜଙ୍ଗରେ ୫୩ଜଣ ଏଭଳି ମୋଟ ୧ ହଜାର ୨୭୦ଜଣ ଶିଶୁ ସର୍ବାଧିକ ଅତିଶୟ ପୁଷ୍ଟିହୀନତାର ଶିକାର ହେବା ସହିତ ଏବଂ ସ୍ୱାଭାବିକ ଓଜନ ଠାରୁ ବହୁ କମ ଥିବାର ଜଣାପଡିଛି।

ଗଁଦିଆରେ ସର୍ବାଧିକ ଶିଶୁ ରହିଥିବାର ତଥ୍ୟରୁ ଜଣାପଡିଛି । ଜିଲ୍ଲାରେ ଶିଶୁ ଅପପୃଷ୍ଟିର ଶିକାର ହେବା ସହିତ ଅଣ୍ଡରୱେଟ ରହିଥିବାର ଜଣାପଡିଛି ।ସେମାନଙ୍କୁ ୧ କେଜି ୮ଶହ ଗ୍ରାମ ଛତୁଆ ପ୍ରଦାନ କରାଯାଉଛି ।

ଜିଲ୍ଳାରେ ୧୬ଟି ଏସଏସଜି ଗ୍ରୁପକୁ ଛତୁଆ ପ୍ରସ୍ତୁତ ପାଇଁ ଦାୟୀତ୍ୱ ପ୍ରଦାନ କରାଯାଇଥିବା ବେଳେ, ଛତୁଆରେ ଅମୁଲ ସହତି ଭେଜିଟେବଲ ଅଏଲ ମିଶ୍ରଣ କରି ପ୍ରଦାନ କରାଯିବ।କୁ ନିଷ୍ପତି ହୋଇଛି ।

ସେହିପରି ଗର୍ଭବତୀ ମହିଳାଙ୍କୁ ସୁଜି ହାଲୁଆ ସହିତ ୪ କେଜି ୯ଶହ ଗ୍ରାମ ଛତୁଆ ପ୍ରଦାନ କରାଯାଇଛି । ମାସକୁ ୧୨ଟି ଲେଖାଏଁ ଅଣ୍ଡା ପ୍ରଦାନ କରାଯାଉଥିବା ବେଳେ ୬ଶହ ୧୦ ଗ୍ରାମର ରାଶି ଲଡୁ ପ୍ରଦାନ କରାଯାଉଛି । କିନ୍ତୁ ଜିଲ୍ଲାରେ ଅତିଶୟ ଅପପୃଷ୍ଟି କୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି ।

new life
You might also like
error: Content is protected !!