News
WhatsApp Image 2023-10-04 at 17.25.00
samparksetu

କଲେଜରେ ବୁଲିଲା ଖଣ୍ଡା ,ଜଣେ ଗିରଫ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଆଞ୍ଚଳିକ ମହାବିଦ୍ୟାଳୟରେ ବୁଲିଲା ଖଣ୍ଡା । ଶୁକ୍ରବାର କଲେଜରେ ପାଠ ପଢା ଚାଲୁଥିବାବେଳେ ଅଚାନକ ଜଣେ ଯୁବକ କଲେଜ ଭିତରେ ପ୍ରବେଶ କରି ଖଣ୍ଡା ଧରି ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଭୟଭୀତ କରାଇଥିଲା ।

ବିଭିନ୍ନ ଖରାପ ଭାଷା ପ୍ରୟୋଗ କରି ଗାଳିଗୁଲଜ କରିଥିଲା । ଏଥିସହ କଲେଜର କବାଟ ଓ ଝରକାକୁ ଖଣ୍ଡାରେ ହାଣି ଦେଇଥିଲା । କଲେଜର ଛାତ୍ରୀମାନଙ୍କୁ ଖଣ୍ଡାରେ ତାଡିବାକୁ ଲାଗିଥିଲା । ଯୁବକଙ୍କ ଏହି କାର୍ଯ୍ୟକଳାପରେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ ।

ଏହି ଘଟଣାରେ କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ପରିଡା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସଦର ଥାନା ପୋଲିସ୍ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ଘଟଣାର ଅଭିଯୁକ୍ତ ବେଲଟିକିରି ପଞ୍ଚାୟତ ଜଙ୍ଖିରା ଅଞ୍ଚଳର ରାଜେଶ କୁମାର ଦେହୁରୀ ଓରଫ୍ ରାଜାକୁ ଗିରଫ କରିଛି । କଲେଜର ବିଭିନ୍ନ ସମୟରେ ଅସାମାଜିକ ଯୁବକଙ୍କ ଆତଙ୍କ ଦେଖାଯାଉଥିବାବେଳେ ଏହି ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ଦାବି ହେଉଛି ।

new life
You might also like
error: Content is protected !!