News
WhatsApp Image 2023-10-04 at 17.25.00
samparksetu

ବସ ଟ୍ରକ ମୁହାଁ ମୁହିଁ ଧକ୍କା ; ୨ ଗୁରୁତର ଆହତ

ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ଦୁଦୁରୁକୋଟ ରାମଚଣ୍ଡୀ ଛକ ଠାରେ ଆଜି ସକାଳ ୭ .୧୦ ମିନିଟ ସମୟରେ କଳାଠାକୁର ନାମକ ଯାତ୍ରୀ ବାହି ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ୨ଜଣ ଗୁରୁତର ଆହତ ହୋଇଥିବାର ଜଣା ପଡିଛି ।

ବସରେ ପ୍ରାୟ ୭ ରୁ ୮ ଜଣ ଥିବା ଜଣାପଡ଼ିଛି। ଯାତ୍ରୀ ମାନଙ୍କର କୌଣସି କ୍ଷତି ହୋଇନଥିବା ବେଳେ ବସ ର ଡ୍ରାଇଭର ଏବଂ ହେଲ୍ପର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

new life
You might also like
error: Content is protected !!