News
WhatsApp Image 2023-10-04 at 17.25.00
samparksetu

ବିନା ଗୃହରେ ଚାଲିଛି ୧୭ ଅଙ୍ଗନବାଡି କେନ୍ଦ୍ର !

କେନ୍ଦ୍ର ସରକାରଙ୍କ ପକ୍ଷରୁ କୋମୋଳମତି ଶିଶୁ ମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ଖୋଲିଛନ୍ତି। ଶିଶୁ, ଗର୍ଭବତୀ ମହିଳା, କିଶୋରୀ, ପୃଷ୍ଟିହିନତା ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ସେବା ଯୋଗାଇ ଦିଆଯାଉଛି। ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର କେତେକ ଅଙ୍ଗନବାଡି କେନ୍ଦ୍ର ନିଜସ୍ୱ ଗୃହ ନଥିବା ଜଣାଯାଇଛି। ଏପରି କ୍ଷେତ୍ର ରେ ଉକ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକ କିପରି ଚାଲୁଥିବା ତାହା ସହଜେ ଅନୁମେୟ।

        କେନ୍ଦ୍ର ସରକାର ସୂଚନା ଅନୁଯାୟୀ ଭାରତ ବର୍ଷରେ ୧୪ଲକ୍ଷ  ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ଓଡ଼ିଶାରେ ୬୦ ହଜାର ୯୧୮ଅଙ୍ଗନବାଡି କେନ୍ଦ୍ର ରହିଛି। ସେହିପରି ଢେଙ୍କାନାଳ ରେ ୨୨୨୦ଟି ଅଙ୍ଗନବାଡି କେନ୍ଦ୍ର ରହିଛି। 

ଗଁଦିଆ ବ୍ଳକ ରେ ସମୁଦାୟ ୨୭୦ଟି ଅଙ୍ଗନବାଡି କେନ୍ଦ୍ର ଅଛି। ମିଳିଥିବା ତଥ୍ୟ ଅନୁସାରେ ୨୫୩ଟି ନିଜସ୍ବ ଗୃହ ଥିବାବେଳେ ୧୭ ଟି ଅଙ୍ଗନବାଡି କେନ୍ଦ୍ର ନିଜସ୍ୱ ଗୃହ ନାହିଁ। ଗଁଦିଆ ବ୍ଳକ ରେ ଘର ନଥିବା ରୁ କେଉଁ କୋଠ ଘରେ, କ୍ଳବ ରେ ପାଠପଢା ଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ମହିଳା ଓ ଶିଶୁ ବିକାଶ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ସମାଜ ମଙ୍ଗଳ କାଯ୍ୟାଳୟ ଖୋଲାଯାଇଛି ।

ଏହି କାର୍ଯ୍ୟଳୟ ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକ ପରିଚାଳନା କରିବା ପାଇଁ ପ୍ରତ୍ୟେକ ବ୍ଳକରେ CDPO ଏବଂ ସୁପରଭାଇଜର ଙ୍କୁ ନିଯୁକ୍ତ ଦିଆ ଯାଇଛି। ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରର ଛୋଟ ପିଲାଙ୍କୁ ପାଠ ପଢିବା ପାଇଁ ଜଣେ ଶିକ୍ଷକ ଓ ସହାୟକ ନିଯୁକ୍ତି ଦିଆଯାଇଛି।

ଛୋଟ ଛୋଟ ପିଲାଙ୍କୁ ଛତୁଆ, ଅଣ୍ଡା, ସୁଜି, ବାଦାମ ଲଡୁ ଓ ପୋଷାକ ଏବଂ ଗର୍ଭବତୀ ସ୍ତ୍ରୀ ଏବଂ ପୃଷ୍ଟିହୀନ ମାନଙ୍କୁ ଛତୁଆ, ଅଣ୍ଡା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କୋମଳ ମତି ଶିଶୁମାନଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ର ବିକାଶ ପାଇଁ ପ୍ରି ସ୍କୁଲ୍ ଯୋଜନା କାର୍ଯ୍ୟକାରୀ ହୋଇଛି।

ଗଁଦିଆ ବ୍ଳକ ର ୧୭ ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଗୃହ ନଥିବା ତଥ୍ୟରୁ ଜଣାପଡ଼ିଛି। ଏହି ସବୁ କେନ୍ଦ୍ରରେ ନିଜସ୍ବ ଗୃହ ନିର୍ମାଣ କରିବା ପାଇଁ ତ୍ରୟୋଦଶ ଆର୍ଥିକ ଯୋଜନା, N.R.G.S ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳ ର ଉନ୍ନତ ପାଇଁ ଷ୍ଟେଟ୍ ପ୍ଲାନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ତାହା କାର୍ଯ୍ୟକାରୀ କରାଯାଇ ପାରିନଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।

new life
You might also like
error: Content is protected !!