News
WhatsApp Image 2023-10-04 at 17.25.00
samparksetu

ଦୁଇ ବର୍ଷ ଧରି ଖାଲି ପଡ଼ିଛି ଏଲୋପାଥିକ ଡାକ୍ତର ପଦବୀ ; ଆୟୁଷ ଡାକ୍ତରଙ୍କୁ ନେଇ ଚାଲିଛି ରୋଗୀସେବା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଇକପୁରଣାକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦୁଇ ବର୍ଷ ଧରି ଏଲୋପାଥିକ ଡାକ୍ତର ପଦବୀ ଖାଲି ପଡିଛି ।ବାରମ୍ବାର ଦାବି ସତ୍ତ୍ୱେ ସରକାରଙ୍କ ତରଫରୁ ଡାକ୍ତର ନିଯୁକ୍ତି କରାଯାଉନଥିବା ବେଳେ ଆୟୁଷ ଡାକ୍ତରଙ୍କୁ ନେଇ ରୋଗୀ ସେବା ହେଉଛି ।

ଏହି ଚିକିତ୍ସାଳୟ ଉପରେ ନିକଟସ୍ଥ ଅଞ୍ଚଳର ହଜାର ହଜାର ଜନସାଧାରଣ ନିର୍ଭର କରୁଥିବା ବେଳେ ସ୍ଥାୟୀ ଏଲୋପାଥିକ ଡାକ୍ତର ନଥିବାରୁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୌଣସି ଆଶୁ ରୋଗୀ କିମ୍ବା ଦୁର୍ଘଟଣାରେ ଆହତ ରୋଗୀଙ୍କ
ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନାହିଁ ।

ଏଠାରେ ନିଯୁକ୍ତ ଥିବା ଏଲୋପାଥିକ ଡାକ୍ତର ଡେପୁଟେସନରେ ଚାଲିଯିବା ପରେ ସରକାରଙ୍କ ତରଫରୁ ଡାକ୍ତର ନିଯୁକ୍ତି କରାଯାଇନାହିଁ । ଫଳରେ ଜନ ଅସନ୍ତୋଷ ଲାଗିରହିଛି । ଅନେକସମୟରେ ଆୟଷୁ ଡାକ୍ତର ରୋଗୀ ସେବା କରୁଥିବା ବେଳେ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ୫ଟି ପଞ୍ଚାୟତରେ ଲୋକମାନେ ଜଣେ ଏଲୋପାଥିକ ଡାକ୍ତର ନିଯୁକ୍ତି ପାଇଁ ଦାବି କରିଛନ୍ତି ।

new life
You might also like
error: Content is protected !!