News
WhatsApp Image 2023-10-04 at 17.25.00
samparksetu

ଶାମାଚରଣପୁର ପିଏଚ କୁ ଦିବ୍ୟାଙ୍ଗ ପାସେଞ୍ଜର କୁ ନା !

ରେଳ ଯାତ୍ରା ସମସ୍ତ ଙ୍କ ଅଧିକାର, ଯାତ୍ରୀଙ୍କ ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ସ୍ପେସିଆଲ କୋଚ ର ମଧ୍ୟ ସୁବିଧା ପ୍ରଦାନ କରିଥାନ୍ତି ହେଲେ ଗ୍ରାଉଣ୍ଡ ସ୍ଥରରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ଶାମାଚରଣପୁର ପିଏଚ ଢେଙ୍କାନାଳ ଭୁବନେଶ୍ୱର ଏବଂ ଅନୁଗୁଳ ଯାଉଥିବା ରେଳଯାତ୍ରୀଙ୍କ ଲାଇଫଳାଇନ କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରତ୍ୟେକ ଦିନ ଶତାଧିକ ଯାତ୍ରୀ ଏହି ପିଏଚ ରୁ ଯାତାୟତ କରିଥାନ୍ତି, ହେଲେ ପିଏଚ ର ମୁଖ ରେ ଗଢି ଉଠିଛି ଏକ ପ୍ରାଚୀର ଯେଉଁଥିରେ ଏକ ସାଧାରଣ ଯାତ୍ରୀ ଯିବାକୁ ବେଳେବଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ନାହିଁ କୌଣସି ବିକଳ୍ପ ସେହି ରାସ୍ତା ଦେଇ ହୁଇଲଚେୟାର ପଶିବା ଅସମ୍ଭବ ।

ବିଗତ ଦିନରେ ଜଣେ ଦିବ୍ୟାଙ୍ଗ ଯାତ୍ରୀ ଏହି କାରଣରୁ ଟ୍ରେନ ପାଇ ନଥିବା ବେଳେ ,ଏହି ପ୍ରାଚୀର ନଥିଲା ମୁଁ ମଧ୍ୟ ଆସିଛି ହେଲେ ଗୁଡାଏ ଦିନ ହେବ ଯାତାୟତ ହୋଇନି କୋଭିଡ ପରେ ଆଜି କଟକ ଯାଉଥିବା ବେଳେ ଏଠାରେ ଅସୁବିଧା ଭୋଗିଲି ଟ୍ରେନ ମଧ୍ୟ ପାଇଲି ନାହିଁ ବୋଲି କହିଥାନ୍ତି । ଅନ୍ୟପଟେ ସେହି ରାସ୍ତାରେ ଅଧିକାଂଶ ସମୟ ବାଲି, ଗୋଡି ଗଦା ହୋଇ ପଡୁଥିବା ବେଳେ ଯାତ୍ରୀ ମାନେ ରେଳ ଧାରଣା ଦେଇ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରିଥାନ୍ତି । ତେବେ ପ୍ରାଚୀର ଟି କେଉଁ ନିମନ୍ତେ ଗଢ଼ା ହୋଇଥିବାର ଜଣା ପଡିନଥିବା ବେଳେ ଏହା ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ଅପମାନର ସୁଚକ ପାଲଟିଛି ବୋଲି ବୁଦ୍ଧିଜିବୀ ମାନେ ମତ ରଖିଛନ୍ତି ।

new life
You might also like
error: Content is protected !!