News
WhatsApp Image 2023-10-04 at 17.25.00
samparksetu

ଦିଗହରା ସୋପାନ କାର୍ଯ୍ୟକ୍ରମ ; ୯ ଟଙ୍କାରେ ପେଟପୂରା ମିଳୁନି ପୁଷ୍ଟିକର ଖାଦ୍ୟ

ଢେଙ୍କାନାଳ ଜିଲ୍ଲାରେ ୨ହଜାର ୨୨୦ ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ ୨ ହଜାର ୧୭ କେନ୍ଦ୍ରର ନିଜସ୍ୱ ବାସଗୃହ ରହିଥିବାର ଜଣାପଡିଛି । ପରଜଙ୍ଗ କଙ୍କଡାହାଡ ବ୍ଲକରେ ଆଦିବାସୀ ମାନଙ୍କ ସଂଖ୍ୟା ଅଧିକ ରହିବା ସହିତ ଅତିଶୟ ପୁଷ୍ଟିହୀନତା ଯୋଗୁ ଏହି ଦୁଇ ବ୍ଲକକୁ ସରକାରଙ୍କ ତରଫରୁ ଏପ୍ରିଲ ୨୨ରୁ ସୋପାନ କାର୍ଯ୍ୟକ୍ରମ ରେ ସାମିଲ କରାଯାଇଛି ।

କିନ୍ତୁ ଶିଶୁ ପ୍ରତି ମାତ୍ର ନଅ ଟଙ୍କା ଅନୁଦାନ ଆସୁଥିବା ବେଳେ ସେହି ଟଙ୍କାରେ ଶିଶୁ ଗର୍ଭବତୀ ମହିଳା ଏବଂ ପ୍ରସୂତୀ ମହିଳାଙ୍କୁ କିଭଳି ଭାବରେ ପୁଷ୍ଟିକର ଖାଦ୍ୟ ଯୋଗାଣ ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲାରେ ୨୧୨ଟି ପଞ୍ଚାୟତ ଏବଂ ୧ ହଜାର ୬୬ଟି ଗ୍ରାମରେ ରହିଛି ୨ହଜାର ୨ଶହ ୨୦ଟି ଅଙ୍ଗନୱାଡି କେନ୍ଦ୍ର ।

ଏହି ଅଙ୍ଗନୱାଡି କେନ୍ଦ୍ରରେ ୨ ହଜାର ୨୨୦ ଜଣ କର୍ମୀ ରହିଥିବା ବେଳେ ୧ ହଜାର ୮୭୩ ଜଣ ସହାୟୀକା କାର୍ଯ୍ୟ କରୁଛନ୍ତି । ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ପୁଷ୍ଟିକର ଖାଦ୍ୟ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଜିଲ୍ଲାରେ ଗର୍ଭବତୀ ମହିଳା ରହିଥିବା ବେଳେ ସେମାନଙ୍କୁ ଛତୁଆ , ଅଣ୍ଡା ଏବଂ ଲଡୁ ପ୍ରଦାନ କରାଯାଉଛି । ଛତୁଆ ପ୍ରସ୍ତୁତି ପାଇଁ ଜିଲ୍ଲାରେ ୮ଟି ବ୍ଲକରେ ୧୬ଟି ସ୍ୱୟଂ ସହାୟକ ଗୋଷ୍ଠିକୁ ଛତୁଆ ପ୍ରସ୍ତୁତପାଇଁ ଦାୟୀତ୍ୱ ପ୍ରଦ।ନ କରାଯାଇଛି । ଏହି ଅଧାରରେ ୬ ମାସରୁ ୩ ମାସ ପର୍ଯ୍ୟନ୍ତ ଶିଶୁକୁ ୨ କେଜି ୪ଶହ ଗ୍ରାମ ଛତୁଆ ପ୍ରଦାନ କରାଯାଉଛି ।

ଜିଲ୍ଳାର କଙ୍କଡାହାଡ ବ୍ଲକରେ ୪ ହଜାର ୯୪୭ଶିଶୁ ପଞ୍ଜିକରଣ
କରାଯାଇଥିବା ବେଳେ ୪ ହଜାର ୭୩୧ ଜଣ ଉପସିତ୍ଥ ଓ ପରଜଙ୍ଗ ବ୍ଲକରେ ୫ ହଜାର ୧୫୭ ଶିଶୁ ପଞ୍ଜିକରଣ କରାଯାଇଥିବା ବେଳେ ୪ ହଜାର ୯୯ ଜଣ ଉପସ୍ଥିତ ରହୁଥିବାର ଜଣାପଡିଛି ।

କଙ୍କଡାହାଡରେ ୨୧୭ଜଣ,ପରଜଙ୍ଗରେ ୫୩ଜଣ ସର୍ବାଧିକଅତିଶୟ ପୁଷ୍ଟିହୀନତାର ଶିକାର ହେବା ସହିତ ଏବଂ ସ୍ୱାଭାବିକ ଓଜନ ଠାରୁ ବହୁ କମ ଥିବାର ଜଣାପଡିଛି ।ଜିଲ୍ଲାରେ ଶିଶୁ ଅପପୃଷ୍ଟିର ଶିକାର ହେବା ସହିତ ଅଣ୍ଡରୱେଟ ରହିଥିବାର ଜଣାପଡିଛି ।ସେମାନଙ୍କୁ ଚିହ୍ନଟ କରି ପୁଷ୍ଟିହାର ବୃଦ୍ଧି କରିବା ନିମନ୍ତେ ସରକାରଙ୍କ ତରଫରୁ ଦୁଇ ବକ୍ଲ କଙ୍କଡାହାଡ ଏବଂ ପରଜଙ୍ଗରେ ସୋପାନ ଯୋଜନା କାର୍ଯ୍ୟକାରୀ ହେଉଛି ।

କଙ୍କଡାହାଡ ବକ୍ଲ ରେ ୩ ହଜାର ୧୭୬ ଜଣ କିଶୋରୀ ବାଳିକା ରହିଥିବା ବେଳେ ୨ ହଜାର ୬୭୮ଜଣଙ୍କୁ ସପ୍ତାହର ତିନି ଦିନ ଅଣ୍ଡାପ୍ରଦାନ କରାଯାଉଛି । କଙ୍କଡାହାଡରେ ୧୭ଜଣ ଶିଶୁ ଅତି ଶୟ ପୁଷ୍ଟିହୀନତା ର ଶିକାର ହୋଇଥିବାବେଳେ ପରଜଙ୍ଗରେ ୫ଜଣ ପୁଷ୍ଟିହୀନତାର ଶିକାର ହୋଇଛନ୍ତି । କଙ୍କଡାହାଡରେ ୧ ହଜାର ୯୩୭ ଜଣ ଗର୍ଭବତୀ ଏବଂ ୧ ହଜାର ୨୭୩ଜଣ ପ୍ରସୂତୀ ରହିଥିବାର ଜଣାପଡିଛି । ପରଜଙ୍ଗରେ ୧୦ ହଜାର ୨୮୮ ଜଣ ଗର୍ଭବତୀ ଏବଂ ୩ ହଜାର ୪୩୩ ଜଣ ପ୍ରସୂତୀ ମହିଳା ରହିଛନ୍ତି ।

ପରଜଙ୍ଗ ବ୍ଲକରେ ୧୭ ହଜାର ୪୫ଜଣ କିଶୋରୀ ବାଳିକା ରହିଥିବା ବେଳେ ୧୩ ହଜାର ୭୯୬ଜଣଙ୍କୁ ଅଣ୍ଡା ପ୍ରଦାନ କରାଯାଉଛି । ଅତିଶୟ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁ ମାନଙ୍କୁ ଶକ୍ତି ବର୍ଦ୍ଧକ ସହିତ ଭେଜିଟେବଲ ଅଏଲ ମିଶ୍ରିତ ଖାଦ୍ୟ ପ୍ରଦାନ କରାଯାଉଛି ।ସରକାରଙ୍କ ତରଫରୁ ପରଜଙ୍ଗ ବ୍ଲକରେ ୩୫ ଲକ୍ଷ ୯୭ ହଜାର ୫ଶହ ଏବଂ କଙ୍କଡାହାଡ ବ୍ଲକରେ ସମାନ ପରିମାଣର ଅନୁଦାନ ପ୍ରଦାନ କରାଯାଇଛି ।

ଗତ ୨୦୨୧-୨୨ରେ ମୋଟ ୭୧ଲକ୍ଷ ୯୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୨୩-୨୩ରେ ୯୮ଲକ୍ଷ ୨୧ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ସୋପାନ କାର୍ଯ୍ୟକ୍ରମରେ ଜଣପିଛା ମାତ୍ର ୯ଟଙ୍କା ଖାଦ୍ୟ ସହିତ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରଦାନ କରାଯାଇଛି ।ସେହି ଖର୍ଚ୍ଚରେ ସୋମବାର ଓ ଗୁରୁବାର ଦନି ଭାତ ,ଡାଲମା ସହତି ଲେମ୍ବୁ ୭ ଟଙ୍କା ୪୦ପଇସା ପରିମାଣର ଦେବାକୁ ନିର୍ଦ୍ଦେଶ ରହିଥିବା ବେଳେ ମଙ୍ଗଳବାର ଓ ଶନିବାର ଭାତ,ସୋୟାବଡି ତରକାରୀ ସହିତ ଲେମ୍ବୁ ଏଭଳି ୯ଟଙ୍କା ୭୫ ପଇସା,ବୁଧବାରଏବଂ ଶୁକ୍ରବାର ଦିନ ଭାତ,ଅଣ୍ଡାଓ ଲେମ୍ବୁ ଏଭଳି ୯ଟଙ୍କା ୯୫ ପଇସା ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ଅଣ୍ଡାର ଦାମ ୬ଟଙ୍କା ରହିଥିବା ବେଳେ ପନିପରିବାର ଦାମ ଯେଉଁଭଳି ରହିଛି କେଉଁଭଳି ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଥିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

new life
You might also like
error: Content is protected !!