News
WhatsApp Image 2023-10-04 at 17.25.00
samparksetu

ଜୀବନ ଯନ୍ତ୍ରଣା ପ୍ରଭୁ

              
ଆହେ ଦୟାମୟ ଏଡିକି ନିଷ୍ଠୁର
           ନ ଶୁଣିଲ ମୋର କଷ୍ଟ
କହରେ କାଳିଆ କାହିଁକି ବସିଛୁ
            ସଂସାରେ ଲଗାଇ ନାଟ ।(୧)

ଯେତେ ମୁଁ ଡାକିଲେ କର୍ଣ୍ଣକୁ ସୁଭୁନି
            ଭକ୍ତ ହୃଦୟର  ବାଣୀ
ସିଂହଦ୍ଵାର ତୋର ମୁକୁଳା ପଡ଼ିଛି
            ବଡ଼ ଦାଣ୍ଡେ ବୁଲୁ ଜାଣି।(୨)

ବହୁଦିନୁ ହେଲା ମନ ବଳାଇଛି
           ତୁମର ଶ୍ରୀମୁଖ ପାଇଁ
ମୋ ପାଇଁ କାହିଁକି ଲୁଚି ରହୁଅଛ
           ଆହେ ଜଗନ୍ନାଥ ସ୍ବାଇଁ।(୩)

ଘରେ ମୋର ପ୍ରଭୁ ଜଞ୍ଜାଳ ବଢୁଛି
           ତୁମରି ପ୍ରେମରେ ରହି
ନଶୁଣ କାହିଁକି ହୃଦୟ ବେଦନା
            ବଞ୍ଚିବି ମୁଁ କାହା ପାଇଁ।(୪)

ବେଳୁ ବେଳୁ ମୋର ବଢ଼ି ଚାଲେ ଦୁଃଖ
           ନଶୁଣଛ ମୋର ଡ଼ାକ
ସହିପାରୁ ନାହିଁ ଦୁଃଖ କଷଶକୁ
            ପାଉଛି       ଗୋଇଠା ନାତ। (୫)

ତୁମ୍ଭେ ପରା ମୋର ହୃଦୟ ଠାକୁର
            ଦିବା ନିଶି ହୁଏ ଘାରି
ଦାସିଆ ବାଉରୀ ଭକ୍ତ ସାଲବେଗ
            ବନ୍ଧୁ ମହାନ୍ତିଙ୍କ ପରି।(୬)

ଆହେ ମହାବାହୁ ବଳିୟାର ଭୁଜ
        ତୁମ୍ଭେ ତ ଜଗତ ନାଥ
ଅନାଥ ର ନାଥ    ଆହେ ଜଗନ୍ନାଥ
         ଦେଖାଅ ଆଲୋକ ପଥ।(୭)

ଏତିକି ମିନତି ଆହେ ଲକ୍ଷ୍ମୀ ପତି
          ଦୁଃଖ ଦିଅ ମୋର ଟାଳି
ଏ ଭବ ସଂସାରୁ ପାର କର ପ୍ରଭୁ
           କାଳିଆ ତୁମକୁ ଅଳି।(୮)
  
✍️ ଛବି ରାମସେଠୀ

new life
You might also like
error: Content is protected !!