News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ଜଣେ ମୃତ , ଅଞ୍ଚଳରେ କୋକୁଆ ଭୟ

ହିନ୍ଦୋଳ ବନାଞ୍ଚଳ ରାସୋଳ ଦମକଳ କେନ୍ଦ୍ର ନିକଟ ଏକ ବିଲ ରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଖବର ରୁ ଜଣାଯାଏ ,ରାସୋଳ ମୁଣ୍ଡିଆ ସାହି ର ପଞ୍ଚାନନ ବେହେରା (୫୦) ଆଜି ଭୋର ସମୟରେ ବିଲକୁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡି ଯାଇଥିଲେ । ରକ୍ତମୁଖା ହାତୀ ତାଙ୍କୁ ଶୁଣ୍ଢ ରେ ଫିଙ୍ଗି ଅତି ବିଭତ୍ସ ଭାବେ ଦଳି ଦେଇଥିଲା।

ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ହିନ୍ଦୋଳ ରେଞ୍ଜର ଲୋହିତ କୁମାର ରଥ , ରାସୋଳ ଫରେଷ୍ଟର ସୁଦର୍ଶନ ଦେହୁରୀ ଓ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ରାସୋଳ ପୋଲିସ ଘଟଣା ସ୍ଥଳର ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

new life
You might also like
error: Content is protected !!