News
WhatsApp Image 2023-10-04 at 17.25.00
samparksetu

ରାତିରେ ଏଟିଏମ ଲୁଟିଲେ ଦୁର୍ବୃତ୍ତ

ଗଁଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ମେଡିକାଲ ଛକ ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏକ ATM କାଉଣ୍ଟର ସ୍ଥାପିତ ହୋଇଥିଲା । ଏପ୍ରିଲ ମାସ୨୦୨୧ଏହାଦ୍ୱାରା ଜନସାଧାରଣ ମାନେ ନିଜର ଦରକାର ମୁତାବକ ଟଙ୍କା ଉଠାଇ ପାରୁଥଲେ , କିନ୍ତୁ ଗତକାଲି ରାତିରେ ଲୁଟେରା ମାନେ ଘରର ଉତ୍ତର ପାର୍ଶ୍ୱପଥର କାନ୍ଥ ଚଢି ଆଜେବେଷ୍ଟ ରୁ ଏକ କାମଚଳା ସିଡିରେ ତଳକୁ ଓହ୍ଲେଇ ATM ଥିବା ଘରର ପଛ ପଟରୁ ପଥର କାନ୍ଥ ଗର୍ତ କରି ଗ୍ୟାସ କଟରରେ ଉକ୍ତ ମେସିନ କୁ କାଟି ସେଥିରେ ଗଛିତ ରହିଥିବା ୨୨ଲକ୍ଷ୧୭ହଜାର୯ଶହ ଟଙ୍କା ନେଇଯାଇଥିବା ର ଜାଣିବାକୁ ମିଳିଛି ।

ଖବର ପାଇ ଘଟଣା ସ୍ଥଳକୁ ଢେଙ୍କାନାଳ ଜିଲ୍ଲା ଏସପି ଆସି ପରିଦର୍ଶନ କରିଛନ୍ତି ସେହିପରି ଗତକାଲି ରାତିରେ ଗଁଦିଆ ପୋଲିସ ଦ୍ରୁତ ଗତିରେ ଯାଉଥିବା ଏକ କାର କୁ ପିଛା କରିବା ଫଳରେ ଚାଳକ ଉକ୍ତ କାର ଟିକୁ ପାଖ ଇଲେଇଜଙ୍ଗ କାଜୁ ବଗିଚା ରେ ଛାଡ଼ିଦେଇ ପଳାଇଥିଲେ ।

ଇକ୍ତ କାର ଟିକୁ ପୋଲିସ ଘଟଣା ସ୍ଥଳରୁ ଉଦ୍ଧାର କରି ଥାନାକୁ ଆଣିଛି ,ଉକ୍ତ କାର ସହିତ ATM ଲୁଟେରାଙ୍କର କିଛି କନେକ୍ସନ ରହିଥାଏ ବୋଲି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ଜଣାଯାଇଛି ,ସେହିପରି ଘଟଣା ସ୍ଥଳକୁ ସନ୍ଧାନି କୁକୁର ଆସିଥିଲେ ।

ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ପରେ ପୋଲିସ ପକ୍ଷରୁ କେସ ନଂ ୨୫୦ରେ ଏକ ମାମଲା ରୁଜୁ କରାଯାଇଛି । ଏହି ଘଟଣା ସମ୍ପର୍କରେ ଗଁଦିଆ ଥାନା ଅଧିକାରୀ ସତ୍ୟବ୍ରତ ଭୁତିଆଙ୍କୁ ପଚାରିବାରୁ ସେ କହିଛନ୍ତି ବର୍ତ୍ତମାନ ATM ଲୁଟେରାଙ୍କୁ ଧରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଖାନ ତଲାସୀ କୁ ଜୋରଦାର କରାଯାଇଛି ।

new life
You might also like
error: Content is protected !!