ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆ କାଟେଣୀ ପଞ୍ଚାୟତ ତର।ଜଙ୍ଗ ଗ୍ରାମର ପ୍ରସାଦ ବିଶାଳ (୫୦) ତାଙ୍କ ଶଶୁର ଘର ଜୟପୁର।କାଟେଣୀ ପଞ୍ଚାୟତ ପଦ୍ମ ପୋଖରୀ ଗ୍ରାମକୁ ପ୍ରାୟ ୧୦ ଦିନ ତଳେ ବୁଲିବାକୁ ଆସିଥିଲେ ।
ଆଜି ସକାଳ ପ୍ରାୟ ୬ ତା ସମୟ ରେ ନିତ୍ୟକର୍ମ ପାଇଁ ଗାଁ ନିକଟସ୍ଥ ଏକ ପୋଖରୀ କୁ ଯାଇଥିଲେ । ସେଠାରେ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ପାଣି ରେ ପଡି ଯାଇଥିଲେ । ବହୁ ସମୟ ପରେ ଘରକୁ ନ ଫେରିବାରୁ, ଖୋଜାଖୋଜି ପରେ ମୃତ ଦେହ ପୋଖରୀ ରେ ଭାସୁ ଥିବାର ଦେଖିଥିଲେ । ଘଟଣା ସ୍ଥଳକୁ କାମାକ୍ଷାନଗର ପୋଲିସ, ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ପହଂଚି କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ କୁ ଆଣିଥିଲେ ।
ସେଠାରେ ତାକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଖବର ନେବାରୁ ଜଣାଯାଏ ,ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଦ୍ୱିତୀୟ ସ୍ତ୍ରୀ ର ଗୋଟିଏ ପୁଅ ଆଉ ଗୋଟିଏ ଝିଅ ଥିବା ଜଣାପଡିଛି ।
ଅନ୍ୟପଟେ ପରଜଙ୍ଗ ଥାନା ଆଖୁଆପାଳ କଲୋନୀ ନଂ ୩ର ଆଦିତ୍ୟ ଜେନା ଦଦରାଘାଟି ଶାଖା କେନାଲରେ ଗାଧୋଇବାକୁ ଯାଇ ବୁଡିଯାଇଥିଲେ ।ତାଙ୍କୁ ଖୋଜାଖୋଜି କରି ଡାକ୍ତରଖାନାରେ ରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।