News
WhatsApp Image 2023-10-04 at 17.25.00
samparksetu

ଆକ୍ଟୋବର ୯ ତାରିଖରୁ ୧୯ ପର୍ଯ୍ୟନ୍ତ ଯାତ୍ରୀବାହୀ ବସ ଢେଙ୍କାନାଳ ସହର ମଧ୍ୟକୁ ମନା !

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନିମନ୍ତେ ଆଜି ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିବାକୁ ଥିବା ଜନସାଧାରଣ ଯାନବାହାନ ରଖିବା ନିମନ୍ତେ ମହିଷାପାଟ ଛକ ,କାଲଟାକ୍ସ , କଲେଜ ବାଇପାସ , ଦକ୍ଷିଣକାଳୀ ରୋଡ଼ପାର୍ଶ୍ୱ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ପାର୍ଶ୍ଵ , ବଳରାମ ମନ୍ଦିର ପାର୍ଶ୍ୱ ଆଦିରେ ପାର୍କିଂ ବ୍ୟବସ୍ଥା ସମ୍ପର୍କରେ ଏହି ବୈଠକରେ ସୂଚନା ପ୍ରଦାନ କରାଯାଇଛି ।

ଅପରାହ୍ନ ୪ଟାରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ପାସ ନଥିବା କୌଣସି ଗାଡ଼ିକୁ ବଜାର ରାସ୍ତାରେ ଯାତାୟାତ ନିମନ୍ତେ ଅନୁମତି ଦିଆଯିବ ନାହିଁ । ପାର୍କିଂ ଷ୍ଟାଣ୍ଡ ରେ ୨ଚକିଆ ଯାନ ପାଇଁ ୨୦ଟଙ୍କା ଏବଂ ଚାରି ଚକିଆ ଯାନ ପାଇଁ ୪୦ ଟଙ୍କା ଧାର୍ଯ୍ୟ ହୋଇଛି । ସହର ମଧ୍ୟରେ ଥିବ ସମସ୍ତ ଗାଈ ଏବଂ ଷଣ୍ଢ ଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗହଳିକୁ ଦୃଷ୍ଟିରେ ରଖି ଆସନ୍ତା ୯ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସହର ମଧ୍ୟକୁ କୌଣସି ଯାତ୍ରୀବାହୀ ବସ ଆଣିବେ ନାହିଁ ବୋଲି ବସ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି । ଧାର୍ଯ୍ୟ ଭଡା ଦେଇ ସହର ମଧ୍ୟରେ ଅଟୋ ସାହାଯ୍ୟରେ ଯାତ୍ରୀମାନେ ଆସିପାରିବେ ବୋଲି ଜଣାପଡିଛି ।

new life
You might also like
error: Content is protected !!