News
WhatsApp Image 2023-10-04 at 17.25.00
samparksetu

ପ୍ରତିଶୃତି ପରେ କିଛି ମାତ୍ରାରେ ଦୂର ହେଲା ସମସ୍ୟା

କିଛି ଦିନ ତଳେ ହିନ୍ଦୋଳ ଏନଏସି ୱାର୍ଡ ନଂ -୯ ରୁପାଲି ପୁରୁଷୋତ୍ତମପୁର ଗ୍ରାମ ଅଞ୍ଚଳର ପାନୀୟଜଳ ଓ ରାସ୍ତା ସମସ୍ୟା ନେଇ ଜନସାଧାରଣ ବିଧାୟିକାଙ୍କୁ ପଦଯାତ୍ରା ରେ ଅଟକାଇ ଅବଗତ କରାଇଥିଲେ ।

ତେବେ ଉକ୍ତ ସମସ୍ୟା କୁ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ୨୪ ଘଣ୍ଟା ଭିତରେ ପାନୀୟଜଳ ସମସ୍ୟା ଦୁରପାଇଁ ପଦକ୍ଷେପ ଗ୍ରହଣ କରି ସ୍ଥାୟୀ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଏକ ପାଣି ଟ୍ୟାଙ୍କର ବ୍ୟବସ୍ଥା କରି ଜଳ ଯୋଗାଣ ବ୍ୟବସ୍ଥା କରିବା ସହ ପାଇପ ଯୋଗେ ପାନୀୟଜଳ ବ୍ୟବସ୍ଥା ହୋଇପାରିବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟିକା ।

ସେଠିକାର ନଳକୂଅ କୁ ବିଶୋଧନ ବ୍ୟବସ୍ଥା କରିଛନ୍ତି ଏବଂ ତୁରନ୍ତ ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ପଦକ୍ଷେପ ନେଇ ହିନ୍ଦୋଳ ଏନ ଏ ସି ଦ୍ୱାରା ଅର୍ଥ ମଞ୍ଜୁର କରାଇଛନ୍ତି । ହିନ୍ଦୋଳ ଏନଏସି କାର୍ଯ୍ୟକାରୀ ଅଧ୍ୟକ୍ଷ ଟିମା ବେହେରା ଓ ଢେଙ୍କାନାଳ ଜିଲ୍ଲା ଯୁବବିଜେଡି ସମ୍ପାଦକ ତଥା କାଉନସିଲର ପ୍ରଦ୍ୟୁମ୍ନ ବେହେରା ମାନ୍ୟବର ବିଧାୟିକା ଙ୍କ ପରାମର୍ଶ କ୍ରମେ ସମସ୍ତ ସମସ୍ୟା ପ୍ରତ୍ୟେକ୍ଷ ଭାବରେ ଉପସ୍ଥିତ ରହି କାର୍ଯ୍ୟକାରୀ କରାଉଛନ୍ତି ।

ସେଠିକାର ଜନସାଧାରଣ ତାଙ୍କ ପ୍ରିୟ ବିଧାୟିକା ସେମାନଙ୍କ ପାଖକୁ ଆସି ସେମାନଙ୍କ ଦୁଃଖ ଓ ସମସ୍ୟା ବୁଝି ଦୂର କରିଥିବାରୁ ବିଧାୟିକାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

new life
You might also like
error: Content is protected !!