News
WhatsApp Image 2023-10-04 at 17.25.00
samparksetu

ଭୁବନ ଦଶହରା ଯାତ୍ରାରେ କୋଟିଏ ଟଙ୍କାର ଖର୍ଚ୍ଚ

ଶାରଦୀୟ ଦୁର୍ଗାପୂଜା ବା ଦଶହରା ପର୍ବ ରେ ବତିଶଟି ବଳଦ ଯାତ୍ରା ଓ ତେରଟି ଦୁର୍ଗା ମେଢ଼ର ଭସାଣି ଶୋଭାଯାତ୍ରାରେ କୋଟିଏ ଟଙ୍କାର ଖର୍ଚ୍ଚ ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି l.ମାଆଙ୍କ ଆଗମନ ପୂର୍ବରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଓ ଉତ୍ସ।ହ ଭରିଯାଇଥିଲା । ଥୋରିଆ ସମାଜ ତରଫରୁ ବ୍ୟବସାୟିକ ଐତିହ୍ଯ ଓ ବଳଦ ମାନଙ୍କ ଭୂମିକାକୁ ସମାଜ ଆଗରେ ବଞ୍ଚାଇ ରଖିବାକୁ ଶୁଭାରମ୍ଭ କରିଥିଲେ ବଳଦଯାତ୍ରା । ଯାହାକି କାଳକ୍ରମେ ଗଣପର୍ବ ର ରୂପ ନେଇଥିଲା । ଯାହାକି ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ପ୍ରଶାସନ ପକ୍ଷ ରୁ ପ୍ରଚେଷ୍ଟା ଜାରିରହିଛି ।

ଆଗରୁ ଭୁବନ ରେ ହଜାରରୁ ଉର୍ଦ୍ଧ ସଂଖ୍ୟା ରେ ହଳ ଥିଲା , ବଳଦ ଥିଲେ ,ଏବେ ହାତ ଗଣତି ୫୦ବଳଦ ମିଳୁନି । ଫଳରେ ହୃଷ୍ଟ ପୃଷ୍ଟ ବଳଦ ପାଇଁ ବଳଦ ପାଞ୍ଚ ରୁ ଦଶ ହଜାର ଟଙ୍କାରେ ଭଡାରେ ଅଣାଯାଉଛି ।କରୋନା ଯୋଗୁ ବଳଦ ଯାତ୍ରା ୨ ବର୍ଷ ବନ୍ଦ ଥିଲା .,ଚଳିତ ବର୍ଷ ଅନେକ ଉତ୍ସାହ ସହ ଯାତ୍ରା ହୋଇଛି । ଯାତ୍ରା ଅନୁକୂଳ କରିବା କୁ ଆସିଥିଲେ ସାଂସଦ ମହେଶ ସାହୁ ଭସାଣି ରେ ଆସିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କଲେ ରାବଣ ଦହନ।

ଭୁବନ ୱାର୍ଡ ନମ୍ବର ଏଗାର ର ରାଧାମୋହନ ସାହି ବିମାନ ଦଶ ହଜାର ଲାଲୀପପ ରେ ତିଆରି ହପିଥିଲା ମେଢ଼ ବାଇଶି ବର୍ଷ ଧରି ତୃପ୍ତି ପାଠାଗାର ପକ୍ଷ ରୁ ସଂଗୃହିତ ବିରଳ ଫଟୋଚିତ୍ର କୁ ନେଇ ସ୍ଥାନୀୟ ଲକ୍ଷ୍ମୀ ବଜାର ଠାରେ ହୋଇଥିଲା ସ୍ମୃତି ରେ ଦଶହରା ।

ଚଳିତ ବର୍ଷ ପ୍ରଥମ ଥର ନିମନ୍ତେ ବଳଦ ଯାତ୍ରା ରେ ସାମିଲ ହେଲେ ବଡ଼ହାଟ ବଳଦିଆ କମିଟି। ୧୩ଦୁର୍ଗା ମେଢ଼ କୁ ସାଥୀ ରେ ଧରି ବନ ଦୁର୍ଗା ବାହାରିଥିଲେ ଶୋଭାଯାତ୍ରା ରେ,୧୮ଘଣ୍ଟା ର ଯାତ୍ରାରେ ନୂଆଭୁବନ ଦୁର୍ଗା,ଯାତ୍ରା ପଡିଆ ହରପାର୍ବତୀ , କ୍ଲାସିକ କ୍ଳବ ଦୁର୍ଗା, ସେନ ସାହି ହରଗୌରୀ , ସିନେମା ହଲ ଛକ ହାଟୁଆ ସଂଘ , ବାଜି ଛକ, ପୋଥାଳ ସାହି, ଗଡ଼ ଗଁପୁର କ୍ଷେତ୍ରୀୟ ସମାଜ , ଦୁର୍ଗାବଜାର,ବିଘ୍ନ ମହାନ୍ତି ଛକ ଦୁର୍ଗା, ନୂଆ ଭୁବନ ମଝୀ ସାହି, ଗୁଜୁରୀ ହାଟଦେଶ ମେଢ଼, ସହ ମା ବାଣିଜାରୀ ଙ୍କ ପ୍ରତିମୂର୍ତ୍ତି ସାମିଲ ଥିଲେ ।

ଦୀର୍ଘ ୧୮ଘଣ୍ଟା ର ଯାତ୍ରା ରେ ବଳଦ ବିଗିଡି ଯାଇଥିଲା , ଡେଇଁବା ଦ୍ୱାରା ଭୂଷଳ ଗ୍ରାମ ର ପ୍ରସାଦ ମଳିକ (୯) ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଥିଲେ ।

new life
You might also like
error: Content is protected !!