News
WhatsApp Image 2023-10-04 at 17.25.00
samparksetu

କୁକୁଡା ଫାର୍ମରେ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ସଦର ଥାନା ନାଠୁଆ ଗାଁରେ ଥିବା କୁକୁଡା ଫାର୍ମରେ ନରେନ୍ଦ୍ର ନାୟକ ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ତେବେ ତାଙ୍କୁ ମାରି ଦେଇଥିବା ଅଭିଯୋଗ କରି ଗ୍ରାମବାସୀ ଫାର୍ମ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ପରେ କ୍ଷତିପୂରଣ ମିଳିବାପରେ ଆନ୍ଦୋଳନ ହଟିଥିବା ଜଣାଯାଇଛି ।

ସୂଚନା ଅନୁସାରେ, ନାଠୁଆ ଗାଁର ମୃତ ନରେନ୍ଦ୍ର କୁକୁଡା ଫାର୍ମରେ କାମ କରନ୍ତି । ତେବେ ପାରିଶ୍ରମିକ କମ୍ ମିଳୁଥିବାରୁ ବୃଦ୍ଧି କରିବାକୁ ବାରମ୍ବାର କହୁଥିଲେ । ହେଲେ ଫାର୍ମ କର୍ତ୍ତୃପକ୍ଷ ବଢାଉ ନଥିଲେ । ଗତକାଲି ଅପରାହ୍ନରେ ଫାର୍ମରେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।ସେ କାମ କରିବା ବେଳେ ମୁଣ୍ଡ ବୁଲାଇ ପଡିଯାଇଥିଲେ ,ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ମୃତ୍ୟୁ ହୋଇଥିବା ଫାର୍ମ କତ୍ତୃପକ୍ଷ କହିଥିଲେ ।

ହେଲେ ତାଙ୍କୁ ମାରିଦିଆଯାଇଥିବା ପରିବାର ଗ୍ରାମବାସୀ ଅଭିଯୋଗକରି ଫାର୍ମ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଫର୍ମ କୃତ୍ତୃପକ୍ଷ ପହଞ୍ଚି ୫୦ ହଜାର ଟଙ୍କା ଦେବା ସହ ଖୁବ୍‌ଶୀର୍ଘ ୫ ଲକ୍ଷ ଟଙ୍କା ସହ ତାଙ୍କର ଏକମାତ୍ର ପୁଅକୁ ଫାର୍ମରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା ।

new life
You might also like
error: Content is protected !!