ସୁଆଣ୍ଡୋ ଗ୍ରାମର, ଗୋପବନ୍ଧୁ ପରା,
କେବେଠୁ ହଜି ଗଲେଣି,
ମନେ ପକାଉଛୁ, ଆଜିର ତିଥିରେ,
ତାଙ୍କ ଜୟନ୍ତୀ କୁ ପାଳି।
ସେ କାଳର ସେହି, ଉତ୍କଳର ମଣି,
କୋଟିରେ ଗୋଟିଏ ଥିଲେ,
ଆଜି ଦୁନିଆରେ, ଗାଆଁ ସହରରେ,
ଗୋପବନ୍ଧୁ ପଲେ ପଲେ।
ଦୁଃଖୀ ରଙ୍କିଙ୍କର, ଉତ୍କଳର ମଣି,
ପର ଦୁଃଖେ କାନ୍ଦୁଥିଲେ,
ଆଜି ଗୋପବନ୍ଧୁ, ବାହୁନି କାନ୍ଦୁଛି,
ଆଗରେ କ୍ୟାମେରା ଥିଲେ।
ଆଜିର ଏନଜିଓ, ଗୋପବନ୍ଧୁଙ୍କର,
ଦାୟାଦ ପରା ଅଟନ୍ତି,
ବନ୍ୟା ଓ ବାତ୍ୟାରେ,ବିପଦ ବେଳର,
ସୁଯୋଗ କୁ ଖୋଜୁଥାନ୍ତି।
ସୁଆଣ୍ଡୋ ଗ୍ରାମର, ଗୋପବନ୍ଧୁ ଘର,
ଗଲାଣି ମିଶି ମାଟିରେ,
ଏନଜିଓ ମାଲିକ, ଦୁଇଗୋଟି କୋଠା,
କିଣନ୍ତି ବର୍ଷ କୁ ଥରେ।
ଗୋପବନ୍ଧୁ ପରି, ହୋଇ ପାରିବାନି,
ଦେବଅଂଶୀ ସିଏ ଥିଲେ,
ନିଜ ସ୍ୱାର୍ଥ ତ୍ୟାଗ, କରିଦେଇ ସିଏ,
ପରିବାର ଭୁଲି ଥିଲେ।
ତାଙ୍କରି ଗୁଣରୁ, କାଣିଚାଏ ଯଦି,
ନେବା ଆମେ ଆପଣାଇ,
ଅନେକ ଯାତନା, ଅନେକ ଲାଞ୍ଛନା,
ଯିବ ନିଶ୍ଚେ ଦୁରହୋଇ।
✍️ପ୍ରଦୀପ୍ତ ଆଚାର୍ଯ୍ୟ