News
WhatsApp Image 2023-10-04 at 17.25.00
samparksetu

ଆମର ଙ୍କ ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ପରିବାର ରେ ଖୁସି ସାଉଁଟିବା ବେଳକୁ ଭାଗ୍ୟରେ ଏତେ ସବୁ କଷ୍ଟ ସହିବାକୁ ପଡିବ ବୋଲି ବିଧବା ବୃଦ୍ଧା ମା କେବେ କଳ୍ପନା କରିନଥିଲେ । କାହାକୁ କିଛି ନକହି ମୁହଁରେ ଲୁଗା ଦେଇ କାନ୍ଦିବା ଛଡା କିଛି ନାହିଁ ବୃଦ୍ଧା ମାଆ ଙ୍କର, କିଏ ଦେଖିବ ତାଙ୍କ ଲୁହ, କିଏ ବୁଝିବ ତାଙ୍କ କଷ୍ଟ ! ଯେଉଁ ପୁଅକୁ ଭରସା କରି ଜୀବନ ବିତାଉ ଥିଲେ, ସେ ପୁଅ ଏବେ ଅଜଣା ରୋଗରେ ପୀଡିତ ହୋଇ ଚାଲିବାକୁ ଅସମର୍ଥ ହୋଇପଡ଼ିଛନ୍ତିl

ବୃଦ୍ଧା ମାଆ ଙ୍କର ଦୁଇଟି ପୁଅ ଥିଲେ ମଧ୍ୟ ବଡ ପୁଅ ବେଶ ଦୁଇ ପଇସା ରୋଜଗାର କରି ପରିବାର ଚଳାଉ ଥିଲେ । ବୁଢ଼ୀ ମାଙ୍କ କଥା ବୁଝୁ ଥିଲେ ସାନ ଭାଇ ଙ୍କ କଥା ମଧ୍ୟ ବୁଝୁ ଥିଲେ, ହେଲେ ଏବେ ସିଏ ହିଁ ଅଜଣା ରୋଗ ରୋଗରେ ପୀଡିତ ।

ଦୀର୍ଘ ଆଠ ବର୍ଷ ହେବ ଅଚିହ୍ନା ରୋଗରେ ପୀଡିତ ଅଛନ୍ତି ଅମର ପାତ୍ର, ଆଉ ତାଙ୍କ ପରିବାରର ଅବସ୍ଥା ନ କହିଲେ ଭଲ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଗ୍ରାମର ଦୁଃଖବନ୍ଧୁ ପାତ୍ର ଙ୍କ ପୁଅ ଅମର ପାତ୍ର ବୟସ (୨୭) ବର୍ଷ, ବିଧବା ବୃଦ୍ଧା ମା ଓ ତାଙ୍କ ସାନଭାଇଙ୍କୁ ନେଇ ତାଙ୍କ ପରିବାର ଥିବା ବେଳେ ତିନି ଝିଅଙ୍କୁ ବାହାଘର କରି ଦେଇଛନ୍ତି । ଅମର ଆଠ ବର୍ଷ ତଳେ ତାଙ୍କ ବାପାଙ୍କୁ ହରାଇଛନ୍ତି । ବିଧବା ବୃଦ୍ଧା ମା ସୀତା ପାତ୍ର ଦୁଇ ପୁଅଙ୍କୁ ନେଇ ନିଜ ମନର ଯନ୍ତ୍ରଣା କୁ ସମ୍ଭାଳି ଦେଉ ଥିଲେ । ହେଲେ ବଡ ପୁଅର ଦୁଃଖ ଦେଖି ସମ୍ଭାଳି ପାରୁ ନାହାନ୍ତି ବିଧବା ବୃଦ୍ଧା ମାଆ ।

ଅମର ନିଜେ ବଜାର ରେ ଗୋଟିଏ ମୋଵାଇଲ ଦୋକାନରେ, ମୋଵାଇଲ ମରାମତି କାମ କରି ପରିବାର ପ୍ରତି ପୋଷଣ କରୁ ଥିଲେ , ହେଲେ ସାତ ବର୍ଷ ତଳେ ତାଙ୍କ ଗୁଡ଼ ଦୁଇଟି ଅଚଳ ହୁଇ ପଡିଲା, ଗୁଡ ଦୁଇଟି ସାହାଯ୍ୟରେ ଚାଲି ନ ପାରିବାରୁ ଭୁବନେଶ୍ୱର ଯାଇ ଅଶ୍ୱିନୀ ହସ୍ପିଟାଲରେ ଡାକ୍ତରଙ୍କୁ ପରାମର୍ଶ କଲେ । ପରାମର୍ଶ ପରେ ଜଣା ପଡିଲା ତାଙ୍କ ଶରୀରର ପ୍ରତେକ ସିରା ପ୍ରଶିରା ଗୁଡିକ ଟାଣି ହୋଇ ଏକାଠି ହୋଇ ଯାଇଛି, ଯାହା ଫଳରେ କି ଅମର ଚଲା ବୁଲା କରି ପାରୁ ନାହାନ୍ତି ।

ସେହିଦିନଠାରୁ ଆରମ୍ଭ ହୁଇ ଯାଇଛି ବଂଚିବା ପାଇଁ ସଂଘର୍ଷ । ଡାକ୍ତରଙ୍କ ନିର୍ଦ୍ଦେଶ କ୍ରମେ ଅସ୍ତ୍ରୋପଚାର କଲେ ଗୋଡ ଦୁଇଟି ଭଲ ହୋଇ ଅମର ଚଲା ବୁଲା କରିପାରିବେ ବୋଲି ଡାକ୍ତର କହିଥିଲେ । ଡାକ୍ତରଙ୍କ କଥାରେ, ଅମର ଙ୍କ ପରିବାର ଲୋକ ଖୁସି ହୋଇ ଅସ୍ତ୍ରୋପଚାର ପାଇଁ ଲାଗି ପଡିଥିଲେ । ଅସ୍ତ୍ରୋପଚାର ମଧ୍ୟ ବାମ ପାର୍ଶ୍ୱ ଗୋଡ଼ଟି କରାଗଲା ଆଉ ଗୋଟିଏ ଡାହାଣ ଗୋଡ଼ଟି ବାକି ରଖା ଗଲା, କାରଣ ପ୍ରଥମ ଅସ୍ତ୍ରୋପଚାର ଗୋଡ଼ଟି ଭଲ ନ ହେଲା ପର୍ଯ୍ୟନ୍ତ ଡାହାଣ ଗୋଡ଼ଟି ଅସ୍ତ୍ରୋପଚାର ହୋଇ ପାରିବ ନାହିଁ ।

ସେତିକିରେ ଅମରଙ୍କ କାହାଣୀ ସରିନି, ଅମରଙ୍କ ଅସ୍ତ୍ରୋପଚାର ପରେ ଗୋଡ଼ ଭଲ ହେବା ପାଇଁ ପ୍ରତେକ ଦିନ ମେଡ଼ିସିନ ଖାଇବାକୁ ପଡି ଥାଏ, ସେହି ମେଡ଼ିସିନ ଖାଇ ଖାଇ ଦେହରେ ଚର୍ମ ରୋଗ ହୁଇ ଗଲା । ଚର୍ମ ରୋଗକୁ ଭଲ କରିବା ପାଇଁ ମାସକୁ ମାସ ମେଡିକାଲ କୁ ଯିବାକୁ ପଡୁଛି ।କାମଧନ୍ଦା ଅବା କେମିତି କରିବେ, ନା କାମ ଧନ୍ଦା ଅଛି, ନା ପକେଟ ରେ ପଇସା ଅଛି ,ଅମରଙ୍କୁ ଚାଲିବାକୁ ହେଲେ ଔଷଧ ଖାଇବାକୁ ପଡିବ ଓ ସେପଟେ ବହୁତ ଟଙ୍କା ଦରକାର ପଡୁଛି । ଏ ପର୍ଯ୍ୟନ୍ତ ଗୁଡ଼ାଏ ଟଙ୍କା ଜମି ବାଡ଼ି ବିକ୍ରି କରିବା ସହିତ ଧାର କରଜ କରି ସାରିଲେଣି ।

ସେପଟେ ଆଉ ଗୋଟିଏ ଗୋଡ଼ ବାକି ରହିଯାଇଛି ଅସ୍ତ୍ରୋପଚାର ପାଇଁ । ବୃଦ୍ଧା ମା କେତେ କେତେ ଦିନ ଉପାସ ରହୁଛନ୍ତି ତାହାତ କଳ୍ପନା କରି ହୁଏନି, ବୃଦ୍ଧା ମାଆ ପର ଘରେ ମୂଲ ଦୁଃଖ କରି ଯାହା ଆଣନ୍ତି ସେତିକିରେ ତାଙ୍କ ପରିବାର ଚାଲେ ,ରାସନ ଚାଉଳ କହିଲେ ୫ କେଜି, ଘରେ ମୁଣ୍ଡ ଗୁଞ୍ଜିବା ପାଇଁ ଆବାସ ଟିଏ ମଧ୍ୟ ନାହିଁ ।

ବିଜୁ ସ୍ୱାସ୍ଥ୍ୟ କାର୍ଡରେ ହୁଏତ ଚିକତ୍ସା ପାଇଁ ମାଗଣାରେ ସରକାର ଯୋଗାଇ ଦେବେ , ହେଲେ କିନ୍ତୁ ମେଡିକାଲକୁ ଯିବା ଆସିବା ଓ ଖାଇବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ଟିଏ ମଧ୍ୟ ନାହିଁ ।

new life
You might also like
error: Content is protected !!