News
WhatsApp Image 2023-10-04 at 17.25.00
samparksetu

ବଜ୍ରପାତ ରେ ଚାରିଜଣ ଗୁରୁତର ଆହତ !

ଧାନବିଲରେ ଧାନ କାଟୁଥିବା ସମୟରେ ଆଜି ଦିନ ୧୧ ଟାରେ ବଜ୍ରପାତ ଘଟି ଚାରିଜଣ ଚାଷୀ ଗୁରୁତର ଆହତ ହୋଇଛନ୍ତି ।

ଗୁରୁତର ମାନେ ହେଲେ ଢେଙ୍କାନାଳ ଜିଲ୍ଲା ଏକତାଳୀ ଗ୍ରାମର ମୂଷା ରାଉତ,ହରିହର ମାଝୀ,ବିପିନ ପଣ୍ଡା ଓ ପବିତ୍ର ସୁତାର। ଏମାନେ ଏକତାଳୀ ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁର ମଉଜା ସୋଲାମୁଣ୍ଡା ଠାରେ ସଠିଆ ଧାନ କାଟୁଥିଲେ। ବର୍ଷା ହେବାରୁ ଏକ ଗଛମୂଳେ ଆଶ୍ରୟ ନେଇଥିଲେ। ସେହି ସମୟରେ ବଜ୍ରପାତ ର ଶିକାର ହୋଇଥିଲେ ।

ତେବେ ବହୁ ବିଳମ୍ବରେ ଗ୍ରାମବାସୀ ମାନେ ଚାରି ଗୁରୁତରଙ୍କୁ ଅଟୋ ସହାୟତାରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ପରେ ଚିକିତ୍ସା ଜାରି ରହିଛି। ତେବେ ବିପିନ ଓ ପ୍ରଦିପଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଛି।

new life
You might also like
error: Content is protected !!