News
WhatsApp Image 2023-10-04 at 17.25.00
samparksetu

ଆନ୍ତର୍ଜାତିକ ବାଳିକା ଓ ଶିଶୁ ଦିବସ ପାଳନ, ସ୍ୱଚ୍ଛତା ଏବଂ ସଚେତନତା ନେଇ ଅଙ୍କିତା ବାଣ୍ଟିଲେ ବାର୍ତ୍ତା

ଆଜି ଆନ୍ତର୍ଜାତିକ ବାଳିକା ଓ ଶିଶୁ ଦିବସ, ପ୍ରତିବର୍ଷ ୧୧ ଅକ୍ଟୋବର ଦିନ ଏହି ଦିବସ ପାଳିତ ହୋଇ ଆସିଥାଏ । ଶିଶୁ ସମୟରୁ ବାଳିକା ଙ୍କ ଶିକ୍ଷା ଓ ସ୍ୱଚ୍ଛତା ଭଳି ବିଭିନ୍ନ ଦିଗରେ ସଚେତନତା ନିମନ୍ତେ କାର୍ଯ୍ୟ କରାଯାଇଥାଏ । କିଛି ଏଭଳି ସଚେତନତା ବାର୍ତ୍ତା ନେଇ ଆଜିର ଦିନଟିକୁ ପାଳନ କରିଛନ୍ତି ଢେଙ୍କାନାଳ ର ଅଙ୍କିତା ସାହୁ ।

ସହର ଉପକଣ୍ଠ ରେ ଥିବା ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ର କିଛି ବାଳିକା ଙ୍କ ମଧ୍ୟରେ ଋତୁସ୍ରାବ ଏବଂ ସ୍ୱଚ୍ଛତା ନେଇ ସଚେତନତା କାର୍ଯ୍ୟକ୍ରମ ର କରିଛନ୍ତି ଆୟୋଜନ । ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଏନେଇ ଲଜ୍ୟା କିମ୍ବା ଭୟ ସମ୍ପୂର୍ଣ୍ଣ ଦୂରୀକରଣ ନିମନ୍ତେ ତାଙ୍କୁ ସଚେତନ କରିବା ସହ କିଛି ସଚେତନ ମୂଳକ ପ୍ରାମାଣିକ ଚଳଚିତ୍ର ଦେଖାଇ ଥିବା ବେଳେ ପରିଶେଷରେ ଏକ ପୋଷ୍ଟର ମେକିଙ୍ଗ କମ୍ପିଟିସନ ର ମଧ୍ୟ ଆୟୋଜନ କରିଥିଲେ ।

କୁନିକୁନି ଝିଅ ମାନେ ରଙ୍ଗ ବେରଙ୍ଗ ତୁଳୀରେ ଋତୁସ୍ରାବ ଜନୀତ ବିଭିନ୍ନ ପୋଷ୍ଟର ମଧ୍ୟ ଆଙ୍କିଥିଲେ । ଚଳିତ ବର୍ଷ ର ଥିମ ରହିଛି “ଆୱାର ଟାଇମ ଇଜ ନାଓ ଆୱାର ରାଇଟ “ଏନେଇ ବିଭିନ୍ନ ପୋଷ୍ଟ ର ଜରିଆରେ ବିଭିନ୍ନ ସ୍ଲୋଗାନ ଲେଖି ବାଂଟିଥିଲେ ସଚେତନତା ବାର୍ତ୍ତା । ତେବେ ସୂଚନା ଥାଉ କି ପୂର୍ବରୁ ଅଙ୍କିତା ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଏନେଇ ସଚେତନତା ମୁଳକ କାର୍ଯ୍ୟ କରି ପ୍ୟାଡ଼ ଓମେନ ର ପରିଚୟ ହାସଲ କରି ଜିଲ୍ଲା ପାଇଁ ଗର୍ବ ଗୌରବ ସାଉଁଟିଛନ୍ତି ।

new life
You might also like
error: Content is protected !!