News
WhatsApp Image 2023-10-04 at 17.25.00
samparksetu

ସରକାରୀ ଜମି କୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ବୋମା ଓ ଢେଲା ପଥର ମାଡ଼ରେ ଜଣେ ଆହାତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଶିପୁର ଗାଁ ରେ ସରକାରୀ ଜମିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ,ବୋମା ଓ ଢେଲା ପଥର ମାଡ଼ରେ ଜଣେ ଆହାତ ହୋଇଛନ୍ତି , ଆହତ ଜଣଙ୍କ ହେଉଛନ୍ତି ସେହି ଗାଁ ର କତୁ ନାଏକ ।

ସୂଚନା ମୁତାବକ ଏକ ସରକାରୀ ଜମିକୁ ନେଇ ନାଏକ ସାହି ଓ ଗଦାଧର ସ୍ୱାଇଁ ଙ୍କ ପରିବାର ମଧ୍ୟ ରେ ଆଜି ସକାଳୁ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳ ଏତେ ତୀବ୍ରତର ହୋଇଥିଲା ଯେ ଉଭୟ ଉଭୟଙ୍କୁ ବୋମା ମାଡ କରିବା ସହ ଢେଲା ପଥର ମାଡ଼ କରିଥିଲେ , ଯାହାଫଳରେ ଜଣେ ଆହାତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଁଚି, ଉଭୟଙ୍କୁ ବୁଝାସୁଝା କରିବା ପରେ ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ଅଛି ।

new life
You might also like
error: Content is protected !!