News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଢେଙ୍କାନାଳ -ଭୁବନ ରାସ୍ତାର ବିଧାରପୁର ଗ୍ରାମ ନିକଟ ସାପୁଆଝର ପୋଲରେ ବାଇକ୍ ମାଡ଼ ହୋଇ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବିଧାରପୁର ପଞ୍ଚାୟତ ଡିହବାଇଁଶିଆ ଗ୍ରାମ ବାସିନ୍ଦା ଦୟାନିଧି ନାଏକ(୩୮) ଆଜି କୈ।ଣସି କାର୍ଯ୍ୟରେ ଯାଇ ସନ୍ଧ୍ୟାରେ ଗଁଦିଆ ଆଡୁ ନିଜ ଗ୍ରାମକୁ ବାଇକ୍ ରେ ଫେରୁଥିବା ବେଳେ ବାଇକ୍ ର ଆଗ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ସାପୁଆଝର ପୋଲରେ ମାଡ଼ ହୋଇ ପଡି ଯାଇଥିଲେ ।

ଫଳରେ ତାଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି। ଖବର ପାଇ ଗଁଦିଆ ପୋଲିସ ଘଟଣା ସ୍ଥଳରେ ପହଂଚି ତାଙ୍କୁ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି।

ଏଠାରେ ସୂଚନା ଥାଉକି ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି । ପ୍ରାୟ ଏକ ବର୍ଷ ମଧ୍ୟରେ ଏହି ସ୍ଥାନ ଠାରୁ ୧ କିମି ମଧ୍ୟରେ ୩ଟି ଦୁର୍ଘଟଣା ହୋଇଛି। ଏଥିରେ ଜଣେ ଶିଶୁ ମନ୍ଦିର ଗୁରୁଜୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ ।

new life
You might also like
error: Content is protected !!