News
WhatsApp Image 2023-10-04 at 17.25.00
samparksetu

ଆଇନଜିବୀଙ୍କୁ ମାଡ ପ୍ରତିବାଦରେ କାମାକ୍ଷାନଗର ବନ୍ଦ ଡାକରା ଦେଲା ଓକିଲ ସଂଘ

ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ରେ ଦିନ କୁ ଦିନ ଅଶାନ୍ତ ବଢିବାରେ ଲାଗିଛି। ଚୋରି, ଡକାୟତି, ମାଡ଼ପିଟ୍,ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ସବୁ ଜାଣି ମଧ୍ୟ ପୋଲିସ ଚୁପ୍। ଗତ ମାସ ୨୮ ତାରିଖ ରେ ଆଡଭୋକେଟ ଶଶଧର ମହାନ୍ତି (୫୬)ଓ ଭୁବନ ଓକିଲ ସଂଘ ର ସମ୍ପାଦକ ପ୍ରହ୍ଲାଦ ସାହୁ ଓ ଭୁବନ ର ଅନ୍ୟ ୨ ଓକିଲ ବାଲିଗୋରଡ ଠାରେ ଥିବା ଏକ ହୋଟେଲ କୁ ରାତ୍ରି ଭୋଜନ ପାଇଁ ଯାଇଥିଲେ।

ସେଠାରେ ୬ ଜଣ ଅସାମାଜିକ ଯୁବକ ତାଙ୍କ ସହ ବଚସା କରି ତାଙ୍କୁ ମାରଣାତ୍ମକ ଆକ୍ରମଣ କରିଥିଲେ। ଆକ୍ରମଣ ରେ ସମସ୍ତେ ଆହତ ହୋଇଥିଲେ କିନ୍ତୁ ଆଡଭୋକେଟ୍ ଶଶଧର ମହାନ୍ତି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଥିଲା, ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ସେ ଏବେ କୋମାରେ ରହିବା ସହ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।ତେବେ ଏହି ଘଟଣାକୁ ନେଇ ଭୁବନ ଓକିଲ ସଂଘ ସମ୍ପାଦକ କାମାକ୍ଷାନଗର ଥାନା ରେ ଏତେଲା କରିଥିଲେ ମଧ୍ୟ କାମାକ୍ଷାନଗର ପୋଲିସ୍ ଆଜି ଯାଏ ମାତ୍ର ଜଣଙ୍କୁ ଗିରଫ କରିଛି ,ଅନ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ବିଫଳ ହୋଇଛି।

ସାଧାରଣ ଜନତା କହୁଛନ୍ତି ଯେଉଁଠି ଓକିଲ ସୁରକ୍ଷିତ ନୁହଁନ୍ତି ସେଠି ସାଧାରଣ ଜନତାଙ୍କୁ ସୁରକ୍ଷା କିଏ ଦବ, କାହାକୁ ସେ ଭରଷା କରିବେ।ସେଥିପାଇଁ ଆଜି କାମାକ୍ଷାନଗର ବାର ଆସୋସିଏସନ ରେ ଓକିଲ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲିକ ଏକ ଜରୁରୀ ବୈଠକ କରିଥିଲେ, ବୈଠକ ରେ କାମାକ୍ଷାନଗର ବଣିକସଂଘ,୧୫ ଟି ବଜାର କମିଟି ର ସଭାପତି ଓ ସମ୍ପାଦକ, ସାମ୍ବାଦିକ ସଂଘ , ଡ୍ରାଇଭର ସଂଘ ଏକତ୍ରିତ ହୋଇଥିଲେ।

ବୈଠକ ର ନିଷ୍ପତ୍ତି ଅନୁଯାୟୀ ଆସନ୍ତା କାଲି ଗୁରୁବାର ସକାଳ ୬ ଘଟିକା ରୁ ସଂଧ୍ୟା ୬ ଘଟିକା ଯାଏ କାମାକ୍ଷାନଗର ର ସମସ୍ତ ସରକାରୀ ବେସରକାରୀ ସ୍କୁଲ, କଲେଜ, ଅଫିସ୍, ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ୍ ରହିବ । ଏହାକୁ ଶାନ୍ତି ପୂର୍ଣ୍ଣ ଭାବେ ପାଳନ କରିବାପାଇଁ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି ଓକିଲ ସଂଘ। ତୁରନ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଓକିଲ ସଂଘ ର ଦାବି କରିଛନ୍ତି।

ଆଜି ର ଏହି ବୈଠକରେ ସଂପାଦକ ସୂର୍ଯ୍ୟକାନ୍ତ ବିଶ୍ଵାଳ, ଉପ ସଭାପତି ସୂର୍ଯ୍ୟ ନାରାୟଣ ସାହୁ , ଆବାହକ ଶେଷ ରଞ୍ଜନ ଦାସ ଆସନ୍ତା କାଲି କାମାକ୍ଷାନଗର ବନ୍ଦ୍ ପାଇଁ ସୂଚନା ଦେଇଛନ୍ତି।ନଚେତ୍ ଆଗକୁ ଆହୁରି ବଡ଼ ଧରଣ ର ଆନ୍ଦୋଳନ କୁ ଏଡାଇ ଦିଆଯାଇ ନପାରେ।

new life
You might also like
error: Content is protected !!