News
WhatsApp Image 2023-10-04 at 17.25.00
samparksetu

କ୍ଷତିପୂରଣ ଦାବିରେ ଧାରଣା

ହିନ୍ଦୋଳ ଉପଖଣ୍ଡ ଦୁଦୁର୍ କୋଟ ଗ୍ରାମର ଦଣ୍ଡଧର ସାହୁ ଗତକାଲି ସଂଧ୍ୟା ସମୟରେ ପ୍ରତିଦିନ ଭଳି ରୁଙ୍ଗଟା ମାଇନ୍ସ ରୁ ଡ୍ୟୁଟି ସାରି ବାଇକ ଯୋଗେ ସଂଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ମାଇନ୍ସ ଠାରୁ ମାତ୍ର ୫୦ ମିଟର ଦୂର ରେ ହାତୀ ସହ ସାମନା ସାମନି ହୋଇଯାଇଥିଲେ । ଦନ୍ତାହାତୀ ଟି ତାଂକୁ ଗୋଡାଇ ଗୋଡାଇ ମାରିବା ସହ ଦାନ୍ତରେ ଭୂଷି ଦେଇଥିଲା । ଘଟଣା ସ୍ଥଳରେ ଦଣ୍ଡଧର ଙ୍କ ମୃତ୍ୟୁ ଘଟିଥିଲା ।

ଖବର ପାଇ ଶହଶହ ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚିଥିଲେ । ଘଟଣା ସ୍ଥଳକୁ ତୁରନ୍ତ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ,ହିନ୍ଦୋଳ ବନଖଣ୍ଡ ଅଧିକାରୀ ଲୋହିତ କୁମାର ରଥ,ବାଲିମି ଥାନା ଭାରପ୍ରାପ୍ତ ଅଧିକାରୀ ରଂଜିତ ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଲୋକ ଙ୍କୁ ବୁଝାସୁଝା କରିବାରେ ବିଫଳ ହୋଇଥିଲେ ଫଳରେ ରାତିସାରା ମୃତଦେହ ସେମିତି ପଡି ରହିଥିଲା ।

ଆଜି ସକାଳୁ ପୁନର୍ବାର ଝାଡବନ୍ଧ ଗ୍ରାମର ସମସ୍ତ ପୁରୁଷ ଓ ମହିଳା କମ୍ପାନୀ ସମ୍ମୁଖ ନିମବାହାଳି ରାସ୍ତା କୁ ବନ୍ଦ କରିବା ସହ ଗ୍ରାମବାସୀ କମ୍ପାନୀ ର ମୁଖ୍ୟ ଫାଟକ ସାମନାରେ ଧାରଣାରେ ବସିଥିଲେ ଫଳରେ ଆଜି କୌଣସି କର୍ମଚାରୀ କମ୍ପାନୀ ଭିତରକୁ ଯାଇ ପାରିନଥିଲେ । ପ୍ରାୟ ସକାଳ ୧୦ ଟା ସମୟରେ ପୁନର୍ବାର ହିନ୍ଦୋଳ ଉପଜିଲ୍ଲାପାଳ,ହିନ୍ଦୋଳ ବନଖଣ୍ଡ ଅଧିକାରୀ ,ଅତିରିକ୍ତ ତହସିଲଦାର ହିନ୍ଦୋଳ,ବାଲିମି ଥାନା ଅଧିକାରୀ ଗାଲପଡା ସରପଂଚ କମ୍ପାନୀ ଅଧିକାରୀ ପ୍ରମୁଖ ଉତ୍ତ୍ୟକ୍ତ ଜନସାଧାରଣ ବୁଝାସୁଝା କରିବା ପରେ ମଧ୍ୟ ସେମାନେ ନିଜ ଜିଦ୍ ରେ ଅଡି ବସିଥିଲେ ।

ସେମାନଙ୍କ ଦାବି ରହିଥିଲା ୧୦ ଲକ୍ଷ ଟଂକା କ୍ଷତିପୂରଣ ଦେବା ସହ ଦଣ୍ଡଧର ର ବଡ ପୁଅ କୁ କମ୍ପାନୀ ରେ ଚାକିରି ଦେବା । କମ୍ପାନୀ କର୍ତ୍ତୃପକ୍ଷ ୩ ଲକ୍ଷ ଟଂକା ଦେବାର ପ୍ରତିଶୃତି ଦେଇଥିବା ବେଳେ ଏଥିରେ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନ କୁ ତୀବ୍ରତର କରିଥିଲେ । ଅପରାହ୍ନ ୪ ଟା ପରେ ପରିବାର ଲୋକ ଓ ଗ୍ରାମଲୋକ ଙ୍କ ସହାୟତାରେ ମୃତ ଦେହ ବ୍ୟବଚ୍ଛେଦ ପାଇଂ ହିନ୍ଦୋଳ ଡାକ୍ତରଖାନା କୁ ପଠାଇ ଦିଆଜାଇଛି ।

କ୍ଷତି ପୂରଣ ନ ମିଳିଲେ ପରିବାର ଲୋକ ମୃତ ଦେହକୁ କମ୍ପାନୀ ଫାଟକ ସମ୍ମୁଖରେ ପୋଡିବାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ସ୍ଥାନୀୟ ଜନସାଧାରଣ ଙ୍କ କହିବା ଅନୁଯାୟୀ ହାତୀ ର ଚଲାପଥ ରେ ରୁଙ୍ଗଟା କମ୍ପାନୀ ନିର୍ମାଣ କାର୍ଯ୍ୟ କରୁଥିବାରୁ ହାତୀ ଦଳ ଏଣେ ତେଣେ ହେଉଛନ୍ତି ଫଳରେ ରାଗରେ ଯେ କେହି ଲୋକ ପଡିଲେ ଗୋଡାଇ ଗୋଡାଇ ମାରୁଛନ୍ତି । ବିଗତ ୫ ବର୍ଷ ମଧ୍ୟରେ ୪ ରୁ ଅଧିକ ଲୋକ କୁ ହାତୀ ଜୀବନରୁ ମାରିଦେଇଥିବା ଜଣା ପଡିଛି । କମ୍ପାନୀ କର୍ତ୍ତୃପକ୍ଷ ଏ ଦିଗ ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।

new life
You might also like
error: Content is protected !!