News
WhatsApp Image 2023-10-04 at 17.25.00
samparksetu

ଲିଫ୍ଟ ଦେବା ହେଲା କାଳ , ଅଜଣା ଯୁବକ ମୋଟର ସାଇକେଲ ନେଇ ଛୁ !

ଭୁବନ ଥାନା ଓଡ଼ିଶ ଗ୍ରାମ ର ସଂଜିତ ମହାନ୍ତ ମାଉସୀ ଘରକୁ ଯାଉଥିବା ବେଳେ ଜଣେ ଅଜଣା ଯୁବକ ଙ୍କୁ ଲିଫ୍ଟ ଦେବା ତାଙ୍କ ପାଇଁ କାଳ ହୋଇଛି । ଖବର ନେବାରୁ ଜଣାଯାଏ ଯେ, ଓଡ଼ିଶ ଗ୍ରାମ ର ସଂଜିତ ମହାନ୍ତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଂଚାୟତ ର ଗିରିଙ୍ଗାମାଳି ଗ୍ରାମକୁ ମଟର ସାଇକେଲ OD06G2800ଯୋଗେ ଯାଉଥିବା ବେଳେ ଅନଳ ଗ୍ରାମ ରେଙ୍ଗାଳୀ କେନାଲ ହୁଡ଼ାରେ ଠିଆ ହୋଇଥିବା ଜଣେ ଯୁବକ ଲିଫ୍ଟ ମାଗିଥିଲେ ।

ତାଙ୍କ ଟ୍ରକ ଖରପ ହୋଇଛି ସେ ଡ଼ୁବୁରୀ ଯିବେ କହିବା ସହ ତାଙ୍କୁ ଭାଲୁକିପାତାଳ ରେ ଛାଡ଼ିଦେବାକୁ ଅନୁରୋଧ କରିଥିଲେ । ତାଙ୍କ କଥରର ବିଶ୍ୱାସ କରି ସଂଜିତ ଅଜଣା ଯୁବକଙ୍କୁ ଲିଫ୍ଟ ଦେଲେ। ଉଭୟ ଗିରିଙ୍ଗାମାଳି ସ୍ଥିତ ମାଉସୀ ଘରକୁ ଯାଇଥିଲେ ,ଘର ଭିତର କୁ ସଂଜିତ ଯାଇଥିବା ବେଳେ ଲିଫ୍ଟ ମାଗି ତାଙ୍କ ସାଙ୍ଗରେ ଯାଇଥିବା ବ୍ୟକ୍ତି ଜଣକ ମଟର ସାଇକେଲ ନେଇ ଛୁ ମାରିଥିଲା। ଏ ନେଇ ପ୍ରଥମେ ଭୁବନ ପରେ କାଳିଆପାଣି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ସଂଜିତ ।

new life
You might also like
error: Content is protected !!