News
WhatsApp Image 2023-10-04 at 17.25.00
samparksetu

ଆଇଚର ଗାଡି ଧକ୍କା ରେ ଶଳା ମୃତ, ଭେଣେଇ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା NH ୫୩ ବାରିହାପୁର କାମାକ୍ଷାନଗରିଆ ଢ଼ାବା ନିକଟରେ ଗତକାଲି ବିଳମ୍ବିତ ରାତିରେ ଆଇଚର ଗାଡ଼ି ଧକ୍କା ରେ ଶଳା ମୃତ, ଭେଣେଇ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଜଣକ ହେଉଛନ୍ତି ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଶାନ୍ତନୁ ସାହୁ, ଗୁରୁତର ହେଲେ କାମାକ୍ଷା ନଗର ଥାନା ଶିବିଳାପଶି ଗ୍ରାମର ବିଷ୍ଣୁ ବିଶ୍ୱାଳ ।

ସୂଚନା ମୁତାବକ ଉଭୟ ଖୁଣ୍ଟିଆ ଢ଼ାବା ରେ ରାତିଭୋଜନ ସାରି ଏକ ବାଇକ ରେ ବାରିହାପୁର ଅଭିମୋଖେ ଯାଉଥିବା ବେଳେ, ସାମ୍ନାପଟୁ ଏକ ଆଇଚର ଗାଡି ତାଙ୍କୁ ଧକ୍କା ଦେଇଥିଲା ,ଫଳରେ ଉଭୟଙ୍କୁ ଗୁରତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସଠାରେ ଡାକ୍ତର ଶଳା ଶାନ୍ତନୁକୁ ମୃତ ଘୋଷଣା କରିଥିବା ବେଳେ ଭେଣେଇ ବିଷ୍ଣୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ସେପଟେ ଦୁର୍ଘଟଣା ଘଟଇଥିବା ଆଇଚର ଗାଡି ଓ ଚାଳକ କୁ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି |

new life
You might also like
error: Content is protected !!