News
WhatsApp Image 2023-10-04 at 17.25.00
samparksetu

ଗଁଦିଆ ଅଂଚଳରେ ଡାକସେବା ବିଫଳ

ଗଁଦିଆ ଉପ ଡାକଘର ଅଧିନରେ ଥିବା ୨୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ଗ୍ରାମାଞ୍ଚଳରେ ରହିଥିବା ଡାକଘର ଭାରତ ସରକାରଙ୍କର ସଂସ୍ଥା ହୋଇଥିବା ବେଳେ ଦିନକୁ ଦିନ ଏଥିରେ ଥିବା କର୍ମଚାରୀଙ୍କ ଖାମଖିଆଲି ମନୋଭାବ ହେତୁ ଡାକସେବା ଯୋଗାଇବାରେ ଏହା ବିଫଳତାର ଶିର୍ଷରେ ପହଞ୍ଚି ଗଲାଣି ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ମାସରେ ଖଙ୍କିରା ଗ୍ରାମର ସଂଜିବନୀ ସୁଧାପତି ଏକ ଗ୍ରାମିଣ ଡାକ ଜିବନ ବୀମା ପାଇଁ ଅଗଷ୍ଟ ମାସରେ ଫର୍ମ ପୂରଣ କରି କାଗଜପତ୍ର ଓ ଆବଶ୍ୟକୀୟ ଅର୍ଥ ଜମା କରିଥିଲେ ଅତ୍ୟନ୍ତ ଦୁଃଖ ଓ ପରି ତାପର ବିଷୟ ୩ ମାସ ପରେ ତାଙ୍କ ପାଖକୁ ଚିଠି ପଠାଯାଇ ଏହି RPLI କୁ ରିଜେକ୍ଟ କରାଗଲା । ଏ ବାବଦରେ ଗଁଦିଆ ଡାକବାବୁଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ବିଷୟରେ କିଛି ଜାଣ ନାହିଁନ୍ତି ବୋଲି ମତ ଦେଇ ଅଛନ୍ତି।

ଜନସାଧାରଣ କିପରି ଗ୍ରାମିଣ ଡାକ ଜିବନ ବୀମା ସେବା ପାଉଛନ୍ତି ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ । ଦୀର୍ଘଦିନ ଧରି ମନ ଇଛ। ପୋଷ୍ଠାପେମେଣ୍ଟ ବ୍ୟାଙ୍କକୁ ବନ୍ଦ କରିଦିଆଯାଇ ବହୁ ଅଭିଯୋଗ ପରେ ଏହାର ପ୍ରଚଳନ କରାଗଲା ,ଯେଉଁ ଡାକବାବୁମାନେ ଏହି ଘୋଟଲା କଲେ ସେମାନଙ୍କୁ ଘଣ୍ଟ ଘୋଡାଯାଇ ଅନ୍ୟତ୍ର ଉପର ଦେଖାଣିଆ ବଦଳି କରାଗଲା। ଏହିଥିରୁ ଜଣାପଡୁଛି ଡାକ ବିଭାଗର ଭିତିରି କଥା ,ଏ ବାବଦରେ କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଜନସାଧାରଣତରଫରୁ ନିବେଦନ କରାଯାଉଅଛି।

new life
You might also like
error: Content is protected !!