News
WhatsApp Image 2023-10-04 at 17.25.00
samparksetu

ଦୁର୍ଗା ଏବଂ ଶିବ ମନ୍ଦିରରୁ ଚୋରି !

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଦୟାଣାବିଲି ଗ୍ରାମ ର ପ୍ରସିଦ୍ଧ ଦୁର୍ଗା ଏବଂ ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଏବଂ ମୁଲ୍ୟବାନ ଜିନିଷ ଚୋରି ।ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ରୁପା ମୁକୁଟ,ସୁନା ହାର,ସୁନା ମୁଦି, ଓ ଅନ୍ୟାନ୍ୟ ଅଳଙ୍କାର ସହ ମୂଲ୍ୟବାନ ଜିନିଷ ଚୋରି କରି ନେଇଯାଇଛି ।

ଆଜି ସକାଳୁ ପୂଜାରୀ ମନ୍ଦିର କୁ ଆସିବା ପରେ ମନ୍ଦିର କବାଟ ଖୋଲା ଥିବା ଦେଖିବା ପରେ ମନ୍ଦିର ମାଲିକଙ୍କୁ ଅବଗତ କରାଇଥିଲେ , ମନ୍ଦିର ମାଲିକ ଏବଂ ଗ୍ରାମ ବାସୀ ମନେ ଆସି କୈଣସି ଅଳଙ୍କାର ନଥିବା ଦେଖିଥିଲେ । ମନ୍ଦିର ଚୋରିକୁ ସମସ୍ତ ଗ୍ରାମବାସୀ ଙ୍କ ହୃଦୟ ର ଭକ୍ତି ଭାବ କୁ ଏହି ଘଟଣା ଗଭୀର ଆଘାତ ଦେଇଛି । ଭୁବନ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ମନ୍ଦିର ମାଲିକ ଶିବ କଅଁର ।

new life
You might also like
error: Content is protected !!