News
WhatsApp Image 2023-10-04 at 17.25.00
samparksetu

କଙ୍କଡ଼ାହାଡ଼ ବି.ଡି.ଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ ୪/୦୯/୨୦୨୨ ରେ କଙ୍କଡ଼ାହାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ବଗ୍ରହଣ କରିଥିଲେ ,ଓଡ଼ିଶା ପ୍ରଶାସନିକ ସେବାରେ ତାଙ୍କର ପଦୋନ୍ନତି ହେବାରୁ ଆଜି କାମାକ୍ଷାନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାୟିତ୍ଵ ଦେଇଛନ୍ତି। ବିଦାୟ କାଳୀନ ସମ୍ବର୍ଦ୍ଧନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବିଦାୟ କାଳୀନ ବୈଠକରେ କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଚାରୁଲତା ମିଶ୍ର ଉପାଧ୍ୟକ୍ଷ ଶ୍ରୀମତୀ ଦୀପା ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ସାହୁ ,ବ୍ଲକ ମଙ୍ଗଳ ଅଧିକାରୀ ସୁରେଶ ପଣ୍ଡା ଯୋଗଦେଇ ଥିବା ସହିତ ବ୍ଲକ ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତି ରହିଥିଲେ। ବିଦାୟ କାଳୀନ ସମ୍ବର୍ଦ୍ଧନା ରେ ଫୁଲ ତୋଡା ସହିତ ଉପତୋକନ ଦେଇ ବିଦାୟ ଦେଇଥିଲେ ।

new life
You might also like
error: Content is protected !!