News
WhatsApp Image 2023-10-04 at 17.25.00
samparksetu

ନଦୀ କୂଳରେ ଥିବା କୁଦ ଜମିକୁ ନେଇ ବିବାଦ ,ତହସିଲଦାର ଙ୍କର ଦ୍ୱାରସ୍ତ ହେଲେ ଗ୍ରାମବାସୀ

ଗଁଦିଆ ତହସିଲ ଅନ୍ତର୍ଗତ ପିଙ୍ଗୁଆ ରାଜସ୍ୱ କାର୍ଯ୍ୟଳୟ ଅଧିନ ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତ ର ବ୍ରାହ୍ମଣବାଟି ଗ୍ରାମରେ ବ୍ରାହ୍ମଣୀ ନଦୀ କୂଳରେ ଥିବା କୁଦଜମିକୁ ନେଇ ଉକ୍ତ ଗ୍ରାମ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ l

ଯାହାର ଫଳସ୍ୱରପ ଆଜି ଉକ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଘଟଣାରୁ ଜଣାଯାଇଅଛି ଉକ୍ତ ଗ୍ରାମରେପ୍ଲଟ ନଂ୨/୪୫୮,୨୧୧/୪୬୩,୧୪୯/୪୭୩,ଓ୧୯୪/୫୧୦ ଅନ୍ତର୍ଭୁକ୍ତ୬୫ଏକର କୁଦ ଜମିକୁ ଦୀର୍ଘ୫୦ବର୍ଷ ଧରି ବଂଶାନୁକ୍ରମିକ ଭାବରେ ୧୫୨ଜଣ ପରିବାର ଚାଷ ବାସ କରି ନିଜର ପରିବାରର ଗୁଜୁରାଣ ମେଣ୍ଟାଉଥିଲେ l

କିନ୍ତୁ ଉକ୍ତ ୧୫୨ପରିବାର ଭୋଗ ଦଖଲ ସୂତ୍ରେ ତନ୍ମଧ୍ୟରୁ ୩୦ଜଣକ ନାମରେ ପ୍ରତିବର୍ଷ ସରକାରଙ୍କୁ ଖଜଣା ପ୍ରଦାନ କରାଯାଉଛି ସେହିପରି ଉକ୍ତ କୁଦକୁ ନେଇ ଯେପରି ଗ୍ରାମବାସୀ ମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ନହେବା ପାଇଁ ଗ୍ରାମବାସୀ ମାନେ ମନ୍ଦିର ଠାରେ ମିଳିତ ହୋଇ ସମାନ ଭାବରେ ଉକ୍ତ କୁଦକୁ ବାଣ୍ଟି ନିଜର ପରିବାର ଭରଣ ପୋଷଣ କରିଆସୁଥିଲେ କିନ୍ତୁ ଉକ୍ତ କୁଦରେ୫ବର୍ଷ ହେବ ଆବଦ ଜାଗାରେ ମୂର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କାଜୁ ଗଛ ଲଗାଯାଇଛି l
୨୨-୨୩ଆର୍ଥିକ ବର୍ଷରେ କାଜୁ ଅମଳ ସମୟରେ ସେହି୩୦ଘର ମଧ୍ୟରୁ କିଛି ମୁଷ୍ଟିମେୟ ବ୍ୟକ୍ତି ନିଲାମ ନାମରେ ଅର୍ଥ ଆତ୍ମସାତ କରୁଛନ୍ତି ଏହାକୁ ଅବଶିଷ୍ଟ୧୨୨ଘର ପ୍ରତିବାଦ କରିବାକୁ ସେମାନଙ୍କୁ ଉକ୍ତ କାଜୁ ବଗିଚାକୁ ଆସିଲେ ଜୀବନରେ ମାରିଦେବାର ଧମକ ମିଳୁଛି l

ଯାହାଫଳରେ ଗ୍ରାମରେ ଥିବା ଧର୍ମାନୁଷ୍ଠାନ ଗୁଡିକରେ ପୂଜାର୍ଚନା ବ୍ୟାହତ ହେବା ସହିତ ଗ୍ରାମରେ ଆସନ୍ତି ସୃଷ୍ଟି ହେଉଅଛି ଯେଉଁ୩୦ଜଣଙ୍କ ନାମରେ ପାଉତି କଟାଯାଇଛି ସମସ୍ତ ବ୍ରାହ୍ମଣବାଟି ଗ୍ରାମର ବାସିନ୍ଦା ନୁହନ୍ତିଯାହାକୁ ନେଇ ଅସନ୍ତୁଷ୍ଟ ୧୨୨ପରିବାର ସଦସ୍ୟ ମାନେ ଚଳିତ ବର୍ଷ୩୦ଜଣଙ୍କ ନାମରେ ପାଉତି କାଟିବାକୁ ଖାରଜ କରିବା ସହିତ ଏହି ୩୦ପରିବାର ଙ୍କର ଦୀର୍ଘଦିନର ମନମାନିକୁ ତୁରନ୍ତ ବନ୍ଦ କରିବା ସହିତ ଅବହେଳିତ ଉକ୍ତ ୧୨୨ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଆଜି ଉକ୍ତ ଗ୍ରାମର ନକୁଳ କୁମାର ସ୍ୱାଇଁ , ବିନୟ କୁମାର ସାହୁ ,କୀର୍ତ୍ତନ କୁମାର ନାୟକ ,ରଞ୍ଜନ କୁମାର ନାଥ ,ରଞ୍ଜନ କୁମାର ସାହୁ ,କୈଳାଶ ଚନ୍ଦ୍ର ,ଶ୍ରୀମତୀ ସୁନା ମହାରଣ।,ଶାନ୍ତିଲତା ମହାରଣା ,ଜାନକୀ ନାୟକ ଗେଲ୍ଲୀ ସାହୁ ଓ ମଞ୍ଜୁ ଖୁଣ୍ଟିଆ ଙ୍କ ନେତୃତ୍ୱରେ ଶତାଧିକ ଲୋକ ଲିଖିତ ଭାବେ ତହସିଲ ଦରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଘଟଣା ସମ୍ପର୍କରେ ତହସିଲଦାର ଭଜନା ନନ୍ଦ ସାହୁ କୁହନ୍ତି ଗ୍ରାମବାସୀ ଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି ଘଟଣାର ତଦନ୍ତ ପରେ ଯାହା କିଛି ନିଷ୍ପତି ନିଆଯିବ ।

new life
You might also like
error: Content is protected !!