News
WhatsApp Image 2023-10-04 at 17.25.00
samparksetu

ସୁରକ୍ଷା କର୍ମଚାରୀଙ୍କୁ ମିଳୁନି ଦରମା; ଶୁଣିଲେନି ଜିଲ୍ଲା ଶ୍ରମ ଅଧିକାରୀ,ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ପେଟ ଚାଖଣ୍ଡକ ପାଇଁ ଗରିବ ନିରୀହ ଲୋକମାନେ କେଉଁଠି ସେକୁରିଟି ଗାର୍ଡ ତ କେଉଁଠି ଛୋଟ ମୋଟ କାମ କରୁଛନ୍ତି l କିନ୍ତୁ ସେମାନଙ୍କୁ କାମ ଦେଉଥିବା ଲୋକ କିମ୍ବା ସିକୁରିଟି ସଂସ୍ଥାର ମlଲିକମାନେ ଠିକ୍ ସମୟରେ ପାଉଣା ଦେଉନାହାନ୍ତି l ସେହିପରି ଭୁବନ ବ୍ଲକ ଦିଘୀ ଗ୍ରାମର ବାସୁଦେବ ରାଉତ ଗତ ୪ ମାସ ହେଲା ଜି-ସୁରକ୍ଷା ଇଣ୍ଡିଗ୍ରେଟେଡ଼ ସର୍ଭିସ ନାମକ ଏକ ଘରୋଇ ସଂସ୍ଥାରେ ଏମଡିଏମ କେନ୍ଦୁଝର ଠାରେ ସୁରକ୍ଷା ଗାର୍ଡ ଭାବରେ ଡ଼ିଉଟି କରୁଥିଲେ l

ଏହି ଠିକା ସଂସ୍ଥାର ମାଲିକ ଅଜୟ ନାୟକ ଗତ ୪ ମାସରେ ମାତ୍ର ୯ ହଜାର ୭ ଶହ ଟଙ୍କା ଦରମା ଆକାରରେ ଦେଇଥିବା ବେଳେ ଆହୁରି ୨୩ ହଜାର ୨୧୯ ଟଙ୍କା ବକେୟା ରହିଛି l ନିଜ ଦରମା ନପାଇ ବାସୁଦେବ ଅନ୍ୟତ୍ର ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି l ଯେହେତୁ ବାସୁଦେବଙ୍କ ବାସସ୍ଥାନ ଢେଙ୍କାନାଳ ଜିଲ୍ଲାରେ ଏବଂ ଠିକା ସଂସ୍ଥାର ମାଲିକଙ୍କ ଘର ମଧ୍ୟ ଢେଙ୍କାନାଳ ସହରରେ, ସେ ବକେୟା ଦରମା ପାଇବାପାଇଁ ଢେଙ୍କାନାଳ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନେହୁରା ହୋଇ କହିଥିଲେ l ସେ ନଶୁଣିବାରୁ ବାଧ୍ୟହୋଇ ଟାଉନ ଥାନାରେ ବକେୟା ପାଉଣା ପାଇଁ ଅଭିଯୋଗ କରିଥିଲେ l

ଏହିପରି ଭାବରେ ଅନେକ ଗରୀବ ଗୁରୁବା ଲୋକ ଠିକା ଶ୍ରମିକ ଭାବରେ କାମ କରୁଛନ୍ତି l ମାତ୍ର ଅନେକ ଲୋକ ଏହିପରି ଠକାମୀର ଶିକାର ହେଉଛନ୍ତି l ଯଦିଓ କିଛି ଲୋକ ନିଜ ପାଉଣା ପାଉଛନ୍ତି ତ ଆଉ କିଛି ଲୋକ ନୀରବ ରହିଯାଉଛନ୍ତି l ସେହି ଟଙ୍କାରେ ମାଲିକମାନେ ମାଲେମାଲ ହେଉଛନ୍ତି l ସେମାନଙ୍କୁ ନ୍ୟାୟ ଦେବା ସହିତ ସେମାନଙ୍କୁ ବକେୟା ପାଉଣା ପ୍ରଦାନ କରିବାପାଇଁ ସାଧାରଣରେ ଦାବି ହେଉଛି l

new life
You might also like
error: Content is protected !!